ETV Bharat / state

ନୟାଗଡ଼ରେ ଧାନ କିଣା, FAQ ମାନ ଧାନରେ ହେବନି କଟନୀ ଛଟନୀ: ଜିଲ୍ଲାପାଳ - PADDY PROCUREMENT

ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ସହ ଧାନକିଣା ପ୍ରକ୍ରିୟା ଆରମ୍ଭ । ୫୩,୮୪୯ ଚାଷୀ କରିଛନ୍ତି ପଞ୍ଜିକରଣ ।

Paddy Procurement Begins In Nayagarh
Paddy Procurement Begins In Nayagarh (ETV Bharat Odisha)
author img

By ETV Bharat Odisha Team

Published : 20 hours ago

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆରମ୍ଭ ହେଲା ଧାନକିଣା ପ୍ରକ୍ରିୟା । ଗତକାଲି (ମଙ୍ଗଳବାର) ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ନୟାଗଡ RMCଠାରେ ଧାନ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଚଳିତ ବର୍ଷ ଜିଲ୍ଲାରେ ୫୩ ହଜାର ୮୪୯ ଜଣ ଚାଷୀ, ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି । ପର୍ଯ୍ୟାୟ କ୍ରମେ ସେମାନଙ୍କ ପାଖରେ ଟୋକନ ପହଞ୍ଚିବ। ସରକାରୀ ଧାର୍ଯ୍ୟ ଦରରେ ଚାଷୀ କିଭଳି ଧାନ ବିକ୍ରି କରି ପାରିବେ ସେନେଇ ସରକାର ପଦକ୍ଷପ ନେଉଛନ୍ତି । ଚଳିତ ବର୍ଷ ବର୍ଷା କରାଣରୁ ଧାନର ମାନରେ ରାଜ୍ୟ ସରକାର କୋହଳ କରିଥିବା କହିଛନ୍ତି ବାଚସ୍ପତି ।

ନୟାଗଡ଼ରେ ଧାନ କିଣା ଆରମ୍ଭ:

ନୟାଗଡ଼ ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି । ଚଳିତ ବର୍ଷ ଜିଲ୍ଲାର ୮ଟି ବ୍ଲକର ସେବା ସମବାୟ ସମିତି ମାଧ୍ୟମରେ ୧୬୮ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଧାନ ବିକ୍ରି ପାଇଁ ୫୩ ହଜାର ୮ ଶହ ୪୯ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ନୟାଗଡ଼ାରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୯୦ ହଜାର ୨୯୪ କ୍ବିଣ୍ଟାଲ ଧାନ ମଣ୍ଡିରେ ଚାଷୀଙ୍କ ଠାରୁ କିଣିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । FAQ ମାନର ଧାନ କ୍ବିଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଚାଷୀଙ୍କଠାରୁ କିଣାଯିବ । ସେହିପରି ମଣ୍ଡି ନୋଡାଲ ଅଫିସରମାନଙ୍କୁ ଧାନ କିଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ରହିଛି । କୌଣସି ମତେ ଯେପରି କଟନୀ ଛଟନୀ ହେବ ନାହିଁ, ଦଲାଲମାନେ ଯେପଳି ମଣ୍ଡିରେ ପ୍ରବେଶ କରିବେ ନାହିଁ, ସେଥିପ୍ରତି କଡ଼ା ନଜର ରଖାଯାଇଛି । ଚାଷୀଙ୍କ ଅଭିଯୋଗ ପାଇଁ ସ୍ଵତନ୍ତ୍ର ଟୋଲ ଫ୍ରି ହେଲ୍ପଲାଇନ ନମ୍ୱର ସମସ୍ତ ମଣ୍ଡିରେ ଲଗାଯାଇଛି । ଚାଷୀଙ୍କୁ ସଚେତନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଜିଲ୍ଲାର ସମସ୍ତ ସେବା ସମବାୟ ସମିତିକୁ ଧାନ ମଣ୍ଡି ସୁପରିଚାଳନା ପାଇଁ କଡ଼ା ନିର୍ଦ୍ଦେଶ ଦେବା ସହ ଅନିୟମିତା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାୟଗଡ଼ ଜିଲ୍ଲାପାଳ କହିଛନ୍ତି ।

Paddy Procurement Begins In Nayagarh (ETV Bharat Odisha)

'ଧାନର ମାନରେ କୋହଳ କରିବେ ସରକାର':

ବାଚସ୍ପତି ସୁରମା ପାଢୀ କହିଛନ୍ତି, "ନୟାଗଡ଼ ଜିଲ୍ଲାରେ ଅଧିକାଂଶ ଅଞ୍ଚଳରେ ଧାନ ଚାଷ ହୋଇଛି । ୫୩ ହଜାର ୮ ଶହ ୪୯ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ପର୍ଯ୍ୟାୟକ୍ରମେ ଚାଷୀଙ୍କ ପାଖରେ ଟୋକନ ପହଞ୍ଚିବା ସହ ସେମାନେ ଧାନ ବିକ୍ରି କରିପାରିବେ । ଚଳିତ ବର୍ଷ ଅଦିନିଆ ବର୍ଷା ହେତୁ ଧାନର ମାନରେ କୋହଳ କରିବା ପାଇଁ ସରକାର କହିଛନ୍ତି । ଚାଷୀ ବ୍ୟପକ ବାବରେ କିଭଳି ତାର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିପାରିବ ଓ ସରକାରୀ ଧାର୍ଯ୍ୟ ଦର ୩୧୦୦ ଟଙ୍କାରେ ଧାନ ବିକ୍ରି କରିବ ସେଥିପାଇଁ ସବୁ ପଦକ୍ଷପ ନିଆଯିବ ।"

Paddy Procurement Begins In Nayagarh
Paddy Procurement Begins In Nayagarh (ETV Bharat Odisha)

ସବୁ ମଣ୍ଡିରେ କଡ଼ା ନଜର:

ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ କହିଛନ୍ତି, "FAQ ମାନର ଧାନରେ ଯେପରି କଟନୀ ଛଟନୀ ନହେବ ସେନେଇ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମେ ପଦକ୍ଷପ ନେଇଛୁ । ଧାନର ପରୀକ୍ଷା ଗୋଟିଏ ଜାଗାରେ ହେବ । ଏହାର ଗୋଟିଏ ରସିଦ ଚାଷୀମାନଙ୍କୁ ଦିଆଯିବ । ସବୁ ମଣ୍ଡିରେ, ମଣ୍ଡି ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେମାନେ ମଣ୍ଡିରେ ରହି ତଦାରଖ କରିବେ । ଜିଲ୍ଲାର ସମସ୍ତ ସିନିୟର ଅଫିସରଙ୍କ ସହ ମୁଁ ମଧ୍ୟ ସବୁ ବ୍ଲକ ସ୍ତରରେ ତଦାରଖ କରିବୁ । ବିଧିବଦ୍ଧ ଭାବେ ଆଜି ଠାରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ମଣ୍ଡି ବୁଲିବ ବିଧାନସଭା ଷ୍ଟାଣ୍ଡିଂ କମିଟି, କଟନୀ ଛଟନୀ ଉପରେ ରହିବ ନଜର

ଏହା ମଧ୍ୟ ପଢ଼ନ୍ତୁ...ମଣ୍ଡି ବୁଲିଲେ ନେତା, ଧାନ କିଣାକୁ ନେଇ ମୁହାଁମୁହିଁ ଶାସକ-ବିରୋଧୀ

ନୟାଗଡ RMC ଠାରେ ଅନୁଷ୍ଠିତ ହୋଇଥିଲା ଧାନ ମଣ୍ଡି ଶୁଭ ଉଦଘାଟନ ଉତ୍ସବ । ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ଉଦଘାଟନ କରିଥିବା ବେଳେ ଏହି ଅବସରରେ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଉପ ଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସେବା ସମବାୟ ସମିତି ସମ୍ପାଦକ, କୃଷି ଏବଂ RMC ର ଅଧିକାରୀ, ମିଲର, ଚାଷୀ ଏବଂ କୃଷକ ନେତା ଉପସ୍ଥିତ ଥିଲେ । ସେପଟେ ମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢୀଙ୍କ ବ୍ୟତୀତ ଅନ୍ୟ ବିଧାୟକ ଓ ସାଂସଦ ଅନୁପସ୍ଥିତ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.