Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ

By

Published : Jul 7, 2023, 10:01 AM IST

thumbnail

ଗଞ୍ଜାମ: ମଦ ପିଇ ମାତାଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ପାଠ ପଢାଇବା ବଦଳରେ ନିଶାରେ ଟଳମଳ ହୋଇ ଶ୍ରେଶୀଗୃହରେ ଶୋଇ ରହୁଛନ୍ତି । ପଚାରିଲେ କହୁଛନ୍ତି 'ମୁଁ ସକାଳୁ ପିଇବା ଟା ପିଇବି ପୁରା ଦେଶୀ ଆଜ୍ଞା ।' ମାତାଲ ହୋଇ ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢାମ୍ଵ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । 4ବର୍ଷ ହେବ ଅରୁଣ କୁମାର ପାତ୍ର ବୁଢାମ୍ବ ବିଦ୍ୟାଳୟରେ ଯୋଗ ଦେଇଥିଲେ । ସେବେଠୁ ଏମିତି ମଦ ପିଇ ମାତାଲ ହୋଇ ସ୍କୁଲକୁ ଆସୁଛନ୍ତି । ଯେତେ ବୁଝାଇବା ପରେ ବି ଶୁଣିବାକୁ ନାରାଜ । ମତ ଛାଡି ପାରୁନାହାନ୍ତି ଶିକ୍ଷକ ଜଣକ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ଶିକ୍ଷାର ବିକାଶ ତଥା ଶିଶୁମାନଙ୍କ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏଭଳି ସ୍ଥିତିରେ ଜଣେ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ବିଦ୍ୟାଳୟର ଶ୍ରେଣୀ କକ୍ଷରେ ପାଠ ନପଢାଇ ଶୋଇ ରହିବା ଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁଙ୍କ ଅଭିବାବକ ଓ ସ୍ଥାନୀୟ ଜନସାଧାରଣ । ଶିକ୍ଷକ ଅରୁଣ କୁମାର ପାତ୍ର ଅନ୍ୟତ୍ର ସ୍ଥାନାନ୍ତରଣ ପାଇଁ ଦାବି ହୋଇଛି । ଦେଖନ୍ତୁ ଭିଡିଓ...

ଇଟିଭି ଭାରତ, ଗଞ୍ଜାମ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.