thumbnail

By

Published : Aug 23, 2022, 5:20 PM IST

Updated : Feb 3, 2023, 8:27 PM IST

ETV Bharat / Videos

ବନ୍ୟା ବେଳେ ପିଇବା ପାଣି ଚିନ୍ତା, ବିଦ୍ୟୁତ ଅଫିସ ଘେରିଲେ ଲୋକେ

ବାଲେଶ୍ଵର: ବସ୍ତା ବ୍ଲକ ଜାମଶୁଳି ବିଦ୍ୟୁତ ଅଫିସରେ ପିଇବା ପାଣିର ସମସ୍ୟା ନେଇ ଲୋକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ବସ୍ତା ବ୍ଲକ କଇନଗରୀ ପଞ୍ଚାୟତ ଡୁବୁଳିଆ ଗ୍ରାମରେ ପିଇବା ପାଣିର ସମସ୍ୟା ପାଇଁ ସେଠାରେ ବସୁଧା ଯୋଜନାରେ ଏକ ପାଣି ପ୍ରକଳ୍ପ ତିଆରି ହୋଇଛି । ମାତ୍ର ବିଦ୍ୟୁତ ବିଭାଗର ଟାଳଟୁଳ ନୀତି ପାଇଁ ଏ ଯାଏଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଯାହା ଫଳରେ ଲୋକମାନେ ପିଇବା ପାଣି ପାଇଁ ଏବେବି ଅସୁବିଧା ଭୋଗୁଛନ୍ତି । ଅନ୍ୟପଟେ ସୁବର୍ଣ୍ଣରେଖାରେ ବନ୍ୟା ଆସିବାରୁ ଗାଁ ପାଣିଘେରରେ ରହିଛି । ନଳକୂପ ପାଣି ଭିତରେ ରହିଥିବାରୁ ଲୋକମାନେ ପାଣି ପିଇ ପାରୁନାହାନ୍ତି । ଏନେଇ ତୁରନ୍ତ ଉକ୍ତ ପ୍ରକଳ୍ପ ଚାଲୁ କରାଯିବା ସହ ପାନୀୟ ଜଳ ଯୋଗାଣ ପାଇଁ ଦାବି ହୋଇଛି । ଇଟିଭି ଭାରତ, ବାଲେଶ୍ୱର
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.