ଝାରସୁଗୁଡ଼ାରେ ଡାକ୍ତର ଦିବସ ପାଳନ, ଟଙ୍କା ପଛରେ ନଯାଇ ସେବାକୁ ପ୍ରାଧାନ୍ୟ ଦେବାକୁ ଅପିଲ୍

By

Published : Jul 1, 2023, 9:59 PM IST

thumbnail

ଝାରସୁଗୁଡ଼ା: ଜିଲ୍ଲା ସଂସୃତି ଭବନ ଠାରେ 'ଏଇତ ଜୀବନ ଭି' ପକ୍ଷରୁ ଡାକ୍ତର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏଇତ ଜୀବନ ଭି ସଭ୍ୟ, ସଭ୍ୟାଙ୍କ ସହିତ ଝାରସୁଗୁଡ଼ାର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଡାକ୍ତରଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ ହେଉଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଡାକ୍ତରଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମଞ୍ଚିସୀନ ଅତିଥିମାନେ ଚିକିତ୍ସା ସମ୍ବନ୍ଧୀତ ଆଲୋଚନା କରିଥିଲେ । ଟଙ୍କା ପଛରେ ନଯାଇ ସେବାକୁ ପ୍ରାଧାନ୍ୟ ଦେବାକୁ ଡାକ୍ତରଙ୍କୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ସମସ୍ତ କ୍ଷେତ୍ରରେ ଟଙ୍କାକୁ ପ୍ରାଧାନ୍ୟ ଦିଆଯାଉଛି । ଏଥିରୁ ବାଦ ପଡ଼ି ନାହିଁ ଚିକିତ୍ସା ଜଗତ । ଅନେକ ସମୟରେ ବେସରକାରୀ ନର୍ସିଂହୋମ ଏବଂ ଚିକିତ୍ସାଳୟ ମାନଙ୍କରେ ଚିକିତ୍ସାରେ ଅହେତୁକ ଟଙ୍କା ଖର୍ଚ୍ଚ ଏବଂ ମୃତଦେହକୁ ଟଙ୍କା ପାଇଁ ପରିବାର ଲୋକଙ୍କୁ ନଦେବା ଭଳି ଘଟଣା ନିକଟ ଅତୀତରେ ନଜର ଆସିଛି । କିନ୍ତୁ ବର୍ତ୍ତମାନ ସମୟରେ ମଧ୍ୟ ଏଭଳି କିଛି ଡାକ୍ତର ଅଛନ୍ତି ଯେଉଁମାନେ ଟଙ୍କା ଠାରୁ ଊର୍ଦ୍ଧ୍ଵରେ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି । ତେଣୁ ସେବାକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି । 

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.