Watch: ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ, ବଡ଼ଦାଣ୍ଡରେ ଜମିଲା ଭିଡ଼ - ଦୀପାବଳି ୨୦୨୩

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 12, 2023, 5:13 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବିଶ୍ବ ପ୍ରସିଦ୍ଧ । ପ୍ରତିଦିନ ଏଠାକୁ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ତେବେ ଆଜି (ରବିବାର) ଦୀପାବଳି ପର୍ବ ଅବସରରେ ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ସେବାୟତଙ୍କ ସହ ମନ୍ତ୍ର ପଢି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବଡ଼ ବଡୁଆ ଡାକିଛନ୍ତି ସ୍ବିଜରଲ୍ୟାଣ୍ଡରୁ ଆସିଥିବା ଜଣେ ପର୍ଯ୍ୟଟକ । ମନ୍ତ୍ରର ଶବ୍ଦଗୁଡ଼ିକ ତାଙ୍କ ପାଟିରେ ପଶୁନଥିବା ବେଳେ ସେ ଖନେଇ ଖନେଇ ସେବାୟତଙ୍କ ସହ ମନ୍ତ୍ରପାଠ କରିଛନ୍ତି । ଯାହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ବିଦେଶୀ ପର୍ଯ୍ୟଟକ ଜଣକ ଶ୍ରୀମନ୍ଦିର ପତିତପାବନକୁ ଦର୍ଶନ କରିବା ସହ ହିନ୍ଦୁ ସଂସ୍କୃତି ସମ୍ପର୍କରେ ଜାଣିବାକୁ ବେଶ ଆଗ୍ରହ ପ୍ରକାଶ କରିଥିଲେ । ଜଗନ୍ନାଥ ସଂସ୍କୃତି ବିଶ୍ବ ଦରବାରରେ ପହଞ୍ଚିଥିବା ବେଳେ ଏହି ବିସ୍ମୟ ପରମ୍ପରା ସମ୍ପର୍କରେ ଜାଣିବା ଲାଗି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳେ । ହେଲେ ଏହି ବିଦେଶୀ ପର୍ଯ୍ୟଟକଙ୍କ ମନ୍ତ୍ରପାଠ ଶୁଣିବାକୁ ସଭିଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଶୁଣନ୍ତୁ କେମିତି ମନ୍ତ୍ରପାଠ କରୁଛନ୍ତି ଏହି ପର୍ଯ୍ୟଟକ

ଏହା ବି ପଢନ୍ତୁ- ଶ୍ରୀକ୍ଷେତ୍ରରେ ନିଆରା ଦୃଶ୍ୟ, ସିଂହଦ୍ବାର ସମ୍ମୁଖରେ କାଉଁରିଆ ଜାଳିଲେ ବିଦେଶୀ ପର୍ଯ୍ୟଟକ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.