ଦୃଷ୍ଟିବାଧିତଙ୍କ ପାଇଁ ସତର୍କ ଘଣ୍ଟି ତିଆରି କରି ପ୍ରଶଂସା ସାଉଁଟିଲେ ଛାତ୍ର

By

Published : Jan 11, 2023, 9:50 AM IST

Updated : Feb 3, 2023, 8:38 PM IST

thumbnail
କୋରାପୁଟ: ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀରେ ମୁଖ୍ୟ ଆକର୍ଷଣ ସାଜିଥିଲା ଦୃଷ୍ଟିବାଧିତଙ୍କ ପାଇଁ ସତର୍କ ଘଣ୍ଟି । ଛାତ୍ରଛାତ୍ରୀମାନେ ଦୃଷ୍ଟିବାଧିତଙ୍କ ପାଇଁ ଚଷମା ଓ ନିକିତି ସାଙ୍ଗକୁ ବଧିରଙ୍କ ପାଇଁ ଆଲାର୍ମ ଘଣ୍ଟି ତିଆରି କରିଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନେ ଏନେକ ପ୍ରଶଂସା ସାଉଣ୍ଟିଥିବା ବେଳେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ । ତେବେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ମିଳିଲେ ଆହୁରି ଭଲ ଭାବେ ପ୍ରଦର୍ଶନ କରିପାରିବେ ବୋଲି ବିଚାରକମାନେ ଦୃଢୋକ୍ତି ପ୍ରକାଶ କରିଥିଲେ ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.