ଢେଙ୍କାନାଳରେ ବାଳିକା ହକି ଟୁର୍ଣ୍ଣାମେଣ୍ଟ, ଭାଗ ନେଲେ ୫୦ରୁ ଊର୍ଦ୍ଧ୍ବ ଖେଳାଳି

By ETV Bharat Odisha Team

Published : Oct 18, 2023, 9:13 PM IST

thumbnail

ଢେଙ୍କାନାଳ: ଢେଙ୍କାନାଳରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ବାଳିକା ହକି ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଏକ ଦିନିକିଆ ବାଳିକା ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଢେଙ୍କାନାଲ ମୁଖ୍ୟ ଷ୍ଟାଡିୟମ ପଡ଼ିଆରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୪ଟି ଦଳ ଭାଗ ନେଇଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଖେଳାଳି ସାମିଲ ହୋଇଥିଲେ । ବାଳିକାମାନଙ୍କ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ସାଙ୍ଗକୁ ଖେଳୁଆଡ଼ ମନୋବୃତ୍ତି ସୃଷ୍ଟି କରିବାକୁ ଯାଇ "ବେଟି ବଚାଓ, ବେଟି ପଢ଼ାଓ" ଲକ୍ଷ୍ୟ ନେଇ ଏହି ଟୁର୍ଣ୍ଣାମେଣ୍ଟ କରାଯାଇଥିଲା । ଏହାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉଦଘାଟନ କରିବା ସହିତ ବିଜେତା ଦଳ ଓ ଖେଳାଳିଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ ।

ଏହି ଅବସରରେ ଆୟୋଜିତ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ ମହାନ୍ତି ଓ ହକି ପ୍ରେମୀମାନେ ଯୋଗଦେଇ ବାଳିକା ହକି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ସୁବାଷ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ,"ରାଜ୍ୟରେ ବାଳିକାମାନଙ୍କ ମନରେ ଆତ୍ମ ବିଶ୍ୱାସ ବୃଦ୍ଧି ଘଟାଇବା ସହିତ ପ୍ରତିକୂଳ ପରିବେଶକୁ ସାମ୍ନା କରି ନିଜକୁ ସୁରକ୍ଷିତ ରଖି ଆଗକୁ ବଢ଼ିବାରେ ଉତ୍ସାହିତ କରିବା ଏହି ହକି ପ୍ରତିଯୋଗିତାର ଲକ୍ଷ୍ୟ । କିପରି ସେମାନଙ୍କର ବିଭିନ୍ନ ବିକାଶ ଦିଗରେ ପ୍ରୋତ୍ସାହିତ ହୋଇପାରିବେ ସେଥିପାଇଁ ଏହି ଖେଳ ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କର ଏହା ଏକ ପ୍ରୟାସ । ଝିଅମାନେ ବି କୌଣସି ଗୁଣରେ କମ ନୁହନ୍ତି l ସେମାନେ ବି ହକି ଖେଳି ଦେଶର ନା ରଖିପାରିବେ l ସମସ୍ତେ ଝିଅଙ୍କୁ ଗୁରୁତ୍ୱ ଦେବେ l ଝିଅମାନଙ୍କର ସର୍ବାଙ୍ଗୀନ ଉର୍ନତି ହିଁ ଏହି ମ୍ୟାଚ ମୂଳଲକ୍ଷ୍ୟ l " 
ଏହା ମଧ୍ୟ ପଢନ୍ତୁ....କିଶୋର ଜେନାଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମିଳିବ ସହଯୋଗ

ଇଟିଭା ଭାରତ,ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.