ସଜେଇ ହୋଇଛି ରଥ ପଥ; ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ - ରଥଯାତ୍ରା

🎬 Watch Now: Feature Video

thumbnail

By

Published : Jun 20, 2023, 9:58 AM IST

ପୁରୀ: ବ୍ରାହ୍ମାଣ୍ଡ ଠାକୁରଙ୍କ ଘୋଷଯାତ୍ରା ପାଇଁ ଭକ୍ତମୟ ଶ୍ରୀକ୍ଷେତ୍ର । ସଜେଇ ହୋଇଛି ରଥ...ପଥ  । ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ବଡ଼ଦାଣ୍ଡ । ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପରିବେଶ  । କାଳିଆ ସାଆନ୍ତେଙ୍କୁ ଦର୍ଶନ ପାଇଁ ବ୍ୟାକୁଳ ହେଉଛି ଭକ୍ତ ମନ  । ମନ୍ତ୍ରମୁଗ୍ଧ ହୋଇ ବଡଦାଣ୍ଡରେ ଝୁମି ଝୁମି ନାଚୁଛନ୍ତି ଭକ୍ତ । ଗୁଞ୍ଜରଣ ହେଉଛି ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଶବ୍ଦ । କିଏ କାହିଁ କେତେ ଦୂରରୁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇଁ ଧାଇଁ ଆସିଛି । ରଥ ଉପରେ ମଣିମାଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିବାକୁ ସଭିଏଁ ଚାତକ ପ୍ରାୟ ଚାହିଁ ବସିଛନ୍ତି । କେତେବେଳେ ମହାପ୍ରଭୁ ଆସିବେ, ଦିବ୍ୟଦର୍ଶନ ଲାଭ କରିବେ, ସେଥିପାଇଁ ଅପେକ୍ଷାରେ ଲକ୍ଷଲକ୍ଷ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ଅଭିଳାଶରେ ଭାବବିହ୍ବଳ ହୋଇଉଠିଛି ଭକ୍ତ । ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଭକ୍ତଜନଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀରୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.