ଶ୍ରାବଣ ମାସ ଦ୍ବିତୀୟ ସୋମବାର, ଚଳଚଞ୍ଚଳ ଜିଲ୍ଲାର ସମସ୍ତ ଶୈବ ପୀଠ - ମହାଦେବଙ୍କୁ ଜଳ ଲାଗି

🎬 Watch Now: Feature Video

thumbnail

By

Published : Jul 17, 2023, 3:36 PM IST

ଯାଜପୁର: ଶ୍ରାବଣ ମାସର ଆଜି ହେଉଛି ଦ୍ବିତୀୟ ସୋମବାର । ଏଥିପାଇଁ ଚଳାଚଞ୍ଚଳ ଜିଲ୍ଲାର ସମସ୍ତ ଶୈବପୀଠ । ଆଜି ବଡ଼ି ଭୋରରୁ ଯାଜପୁର ସହରର ବିଭିନ୍ନ ଶୈବପୀଠରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶିବ ମନ୍ଦିରରେ ଜଳଲାଗି କରିବା ପାଇଁ ବୋଲବମ ଭକ୍ତମାନେ ଲମ୍ବା ଧାଡ଼ିରେ ରହିଥିଲେ । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡୁଥିବାରୁ ଆଜି କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।  

ସେହିପରି ବୈତରଣୀ ନଦୀର ଦଶାଶ୍ଵମେଧ ଘାଟରେ କାଉଡ଼ିଆମାନେ ପାଣି ଉଠାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବୋଲବମ ଭକ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସେହିପରି ବିଞ୍ଝାରପୁର ବ୍ଲକର ବରୁଣେଶ୍ବର ପୀଠରେ କାଉଡିଆଙ୍କ ଭିଡ଼ ଜମିଛି । ବିଞ୍ଝାରପୁର ବ୍ଲକ ଅରେଇ ବାବା ବରୁଣେଶ୍ବର ପୀଠରେ କାଉଡ଼ିଆମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶିବ ମନ୍ଦିରରେ ଜଳଲାଗି କରିବା ପାଇଁ ବୋଲବମ ଭକ୍ତମାନେ ଲମ୍ବା ଧାଡ଼ିରେ ରହିଥିଲେ। ବୋଲବମ୍‌ ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।  

ଏହା ବି ପଢନ୍ତୁ- ଶ୍ରାବଣ ସୋମବାର, ଧବଳେଶ୍ବର ପୀଠରେ କାଉଡିଆଙ୍କ ଜଳଲାଗି

ଏହିକ୍ରମରେ ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ଠାକୁରଙ୍କର ପହଡ଼ ଖୋଲିବା ପରେ ବିଭିନ୍ନ ପ୍ରାନ୍ତରରୁ ଆସିଥିବା କାଉଡ଼ିଆ ଭକ୍ତମାନେ ମାନସିକ ପୂର୍ବକ ଜଳାଭିଷେକ କରିଥିଲେ। ବୋଲବମ ହର ହର ବମ ଧ୍ଵନିରେ କମ୍ପି ଉଠିଥିଲା ପରିବେଶ । ଜଳାଭିଷେକ ଲାଗି ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିବା ବେଳେ ଶୃଙ୍ଖଳିତ ଭାବେ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଜଳାଭିଷେକ କରିବା ସହ ପ୍ରଭୁଙ୍କ ଦର୍ଶନ କରିଥିଲେ ।  

ଇଟିଭି ଭାରତ, ଯାଜପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.