ଶ୍ରାବଣର ଶେଷ ସୋମବାର, ଶିବମୟ କଳାହାଣ୍ଡିର ଶୈବ ପୀଠ

By ETV Bharat Odisha Team

Published : Aug 28, 2023, 12:32 PM IST

thumbnail

ଭବାନୀପାଟଣା: ଆଜି ଶ୍ରାବଣ ମାସର ଶେଷ ସୋମବାର। କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଶିବ ମନ୍ଦିରଗୁଡିକରେ ସକାଳୁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି । ଶିବ ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର ।  କଳାହାଣ୍ଡି ଭବାନୀପାଟଣା ସହରରେ ଥିବା ଜଳେଶ୍ବର ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର ସମେତ ଧର୍ମଗଡ଼ ଠାରେ ଥିବା ପାରଦେଶ୍ୱର ମନ୍ଦିର, ବେଳଖଣ୍ଡି ଧବଳେଶ୍ଵର ଶିବ ମନ୍ଦିର ଓ ମୋହନଗିରି ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଭୋଳାନାଥଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଲମ୍ବା ଲାଇନରେ ଛିଡ଼ା ହୋଇ ଜଳାଭିଷେକ କରିଛନ୍ତି । ଶ୍ରାବଣ ମାସରେ ସୋମବାରରେ ଶିବଙ୍କ ନିକଟରେ ଜଲାଭିଶେଖ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଭକ୍ତଙ୍କ ପାଇଁ ମନ୍ଦିରଗୁଡିକରେ ଭୋଜନର ଆୟୋଜନ ମଧ୍ୟ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ ମଧ୍ୟ କଡ଼ା କଡ଼ି କରାଯାଇଛି ।  

ଏହା ମଧ୍ୟ ପଢନ୍ତୁ-ଶ୍ରାବଣ ଶେଷ ସୋମବାର, ଚଳଚଞ୍ଚଳ ଖୋର୍ଦ୍ଧାର ପ୍ରମୁଖ ଶୈବପୀଠ

 ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.