ଯାଜପୁରରେ ପୋଲିସ ଫ୍ଲାଗମାର୍ଚ୍ଚ, ସାମିଲ ହେଲେ ଡିଆଇଜି-ଜିଲ୍ଲାପାଳ
🎬 Watch Now: Feature Video
Published : 3 hours ago
ଯାଜପୁର: ବିରଜା ହାଟ ବିବାଦ ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ପରେ ଜିଲ୍ଲାରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି । ଗତକାଲି ବିଜେଡି ନେତା ବବି ଦାସଙ୍କ ଭାଇ ଭବ ଦାସଙ୍କୁ ପୋଲିସ ଗିରଫ କରିଥିଲା । ସଂଧ୍ୟାରେ ପୋଲିସ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଫ୍ଲାଗମାର୍ଚ୍ଚରେ କେନ୍ଦ୍ରାଞ୍ଚଳ ଡିଆଇଜି (ଭାରପ୍ରାପ୍ତ) ସତ୍ୟଜିତ ନାୟକ, ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଓ ଏସପି ୟସ ପ୍ରତାପ ଶ୍ରୀମାଲ ସାମିଲ ହୋଇଥିଲେ । ବିରଜା ହାଟ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା-୧୬୩ ଜାରି ହୋଇଥିବା ବେଳେ ସହରରେ ଶାନ୍ତି ବଜାୟ ରଖିବା ପାଇଁ ୪୦ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତକାଲି ସଂଧ୍ୟାରେ ହୋଇଥିବା ଫ୍ଲା ମାର୍ଚ୍ଚରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନିରୁଦ୍ଧ ରାଉତରାୟଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଯାଜପୁର