ଆଜି ଶ୍ରାବଣର ପ୍ରଥମ ସୋମବାର: ପ୍ରଭୁ ଶ୍ରୀଲୋକନାଥଙ୍କୁ ଜଳ ଲାଗି କଲେ ଭକ୍ତ

By

Published : Jul 10, 2023, 11:31 AM IST

thumbnail

ପୁରୀ:  ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଜମିଛି ହଜାର ହଜାର ବୋଲବମ୍ ଙ୍କ ଭିଡ଼ । ଏନେଇ ପ୍ରଶାସନ ପକ୍ଷରୁ  ସ୍ଵତନ୍ତ୍ର ପ୍ରସ୍ତୁତି  କରାଯାଇଛି । ଗତକାଲି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିଥିଲେ । ଏହାପରେ ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ଵାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯାଇଥିଲା । ରାତି ପ୍ରାୟ ସାଢ଼େ ୧୨ଟାରୁ କାଉଡ଼ିଆମାନେ ଜଳଲାଗି ଆରମ୍ଭ କରିଥିଲେ । ସୋମବାର ନୀତିକାନ୍ତି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟକୁ ବାଦ୍ ଦେଲେ ରାତିରେ ପ୍ରଭୁ ଶ୍ରୀଲୋକନାଥଙ୍କ ପହୁଡ଼ ହେବା ପର୍ଯ୍ୟନ୍ତ କାଉଡ଼ିଆ ଭକ୍ତମାନେ ପାଣି ଢାଳିପାରିବେ । ଏଥିପାଇଁ ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ବାଟ ରହିଥିବା ବେଳେ କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିଛି । ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ୨୦ ଟଙ୍କା ଟିକେଟ ଦର ରହିଛି । ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ବ୍ୟବସ୍ଥା ହୋଇଛି ।  ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ୍‌ ତଥା ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି । ଭକ୍ତମାନେ ପାଣି ଢ଼ାଳ ରଖିବା ପାଇଁ ବାଉଁଶ ଭାରାର ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.