ପବିତ୍ର ପଣା ସଂକ୍ରାନ୍ତି, ଢେଙ୍କାନାଳ ମହାବୀରଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ

🎬 Watch Now: Feature Video

thumbnail

ଢେଙ୍କାନାଳ: ଆଜି ମହାବିଷୁବ ସଂକ୍ରାନ୍ତି । ପଣା ସଂକ୍ରାନ୍ତି ସାଙ୍ଗକୁ ସଙ୍କଟମୋଚନ ପ୍ରଭୁ ହନୁମାନଙ୍କର ଆଜି ଜନ୍ମୋତ୍ସବ । ଏହି ଅବସରରେ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ରହିଥିବା ହନୁମାନଙ୍କ ମନ୍ଦିରମାନଙ୍କରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ ପରିଲକ୍ଷିତ ହୋଇଛି । ସେହିପରି ଆଜି ଓଡ଼ିଆ ନବବର୍ଷ ଉପଲକ୍ଷେ ବେଶ୍‌ ଉତ୍ସାହିତ ହୋଇଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଓଡ଼ିଆ ପରମ୍ପରା ମୁତାବକ ଘରେଘରେ ପାନ ପାଣି ସାଙ୍ଗକୁ ସକାଳୁସକାଳୁ ପ୍ରଭୁ ମହାବୀରଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତ । ଫଳରେ ଢେଙ୍କାନାଳ ସହରର ଜାଉଁଳି ପୋଖରୀ ନିକଟସ୍ଥ ପ୍ରଭୁ ସଂକଟମୋଚନ ମନ୍ଦିର, ବସ୍‌ ଷ୍ଟାଣ୍ଡ ଟ୍ରାଫିକ ହନୁମାନ ବାଟିକା ସ୍ଥିତ ହନୁମାନ ପୀଠ ଓ  ମହାବୀର ବଜାର ସ୍ଥିତ ମହାବୀର ମନ୍ଦିର ଲୋକାରଣ୍ୟ ହୋଇଛି । ଏସବୁ ମଧ୍ୟରେ ବହୁ ପୁରାତନ ମହାବୀର ବଜାରସ୍ଥିତ ମହାବୀର ମନ୍ଦିରରେ ଆଜି ପ୍ରାତଃ ସମୟରୁ ସ୍ୱତନ୍ତ୍ର ଭାବେ ପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ ହେଉଛି ।  ନୀତିକାନ୍ତି ମୁତାବକ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ପଣା ଭୋଗ ପରେ ମଧ୍ୟାହ୍ନରେ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.