thumbnail

By

Published : Jun 14, 2023, 4:01 PM IST

ETV Bharat / Videos

ପହିିଲି ରଜରେ ଚଳଚଞ୍ଚଳ ଉଗ୍ରତାରାଙ୍କ ପୀଠ, ଦର୍ଶନ କରୁଛନ୍ତି ଭକ୍ତ

ଖୋର୍ଦ୍ଧା:  ଆଜି ପହିଲି ରଜ ଅବସରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା' ଉଗ୍ରତାରାଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ମା'ଙ୍କ ଦର୍ଶନ ସୁରୁଖୁରୁରେ କରିବା ପାଇଁ ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟିକେଟ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ ଧାଡିରେ ରହି ଶୃଙ୍ଖଳାର ସହ ମା'ଙ୍କ ଦର୍ଶନ କରିଛନ୍ତି । ରଜ ଚାରି ଦିନ ମା' ସ୍ୱତନ୍ତ୍ର ରୀତିନୀତିରେ ପୂଜା ପାଇଥାନ୍ତି । ଏହି ସମୟରେ ମା' ଲକ୍ଷ୍ମୀ ବେଶରେ ଶୋଭାପାଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଅନ୍ୟ ଦିବସ ଅପେକ୍ଷା ଏହି ଦିନରେ ମା'ଙ୍କୁ ଭୋରୁ ଅଧିକ ପରିମାଣର ଗୋଲାପ ଜଳ, ଗଙ୍ଗା ଜଳ, କର୍ପୁର, ଜାଇଫଳ ଓ ଚନ୍ଦନ ଭଳି ବିଭିନ୍ନ ସୁଗନ୍ଧଜାତ ଦ୍ରବ୍ୟ ଯୁକ୍ତ ଜଳରେ ସ୍ନାନ କରାଯାଏ । ମା' ଉଗ୍ରତାରଙ୍କର ଏକ ସ୍ୱତନ୍ତ୍ର ନିୟମ ରହିଛି । ଏହି ସମୟରେ ମା'ଙ୍କ ନିକଟରେ ଅନ୍ନ ଭୋଗ ଲାଗି ହୁଏନି । କେବଳ ସୁଖିଲା ଭୋଗ ଯେପରି ଚୁଡ଼ାଘସା ଓ ବିଭିନ୍ନ ଫଳମୂଳ ଇତ୍ୟାଦି ଲାଗି ହୋଇଥାଏ । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ମା'ଙ୍କ ଦର୍ଶନ କରି ଆଶିଷଲାଭ କରିଥାନ୍ତି । ଅନ୍ୟପକ୍ଷରେ ମା' ଉଗ୍ରତାରାଙ୍କ ପୀଠରେ ଆଜିଠୁ ସାତ ଦିନ ଯାଏଁ ରଜ ଯାତ୍ରା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ମା'ଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଷ୍ଟଲ ଖୋଲାଯାଇ ଥିବା ଦେଖିବାକୁ ମିଳିଛି । ସେହିପରି ସନ୍ଧ୍ୟା ସମୟରେ ଉଗ୍ରତାରା ମହୋତ୍ସବ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ରାଜ୍ୟର କୋଣ ଅନୁକୋଣରୁ ଲୋକକଳା ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.