ବର୍ଷର ଶେଷ ସଂଧ୍ୟାରେ ଭକ୍ତମୟ ହେଲା ମହାକାଳେଶ୍ବର ଧାମ - new year 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 31, 2023, 11:05 PM IST

ଭୋପାଲ: ବର୍ଷର ଶେଷ ସଂଧ୍ୟାରେ ଭକ୍ତମୟ ହୋଇଛି ଦେଶର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ପୀଠ ମଧ୍ୟ ପ୍ରଦେଶ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର । ଦିନ ତମାମ ଭକ୍ତଙ୍କ ଭିଡ ରହିଥିବା ବେଳେ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି । ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତେବେ ଏହି ପ୍ରଖ୍ୟାତ ଶୈବପୀଠରେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ ରହୁଥିବା ବେଳେ ବିଶେଷ ଦିନ ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳେ । ନବବର୍ଷ 2024 କୁ ସ୍ବାଗତ କରିବା ପାଇଁ ପୁରା ବିଶ୍ବ ଉତ୍ସବ ମୁଖର ହୋଇପଡିଥିବା ବେଳେ ଆଜି ଦେଶର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ମଧ୍ୟ ବର୍ଷର ପ୍ରଥମ ଦିନରେ ପ୍ରବଳ ଗହଳି ହେବ । ତେଣୁ ବିଭିନ୍ନ ମନ୍ଦିରରେ ବିଶେଷ ଦର୍ଶନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଶ୍ୱରଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବାର ଭାବାବେଗ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଥାଏ । ଯାହା ପ୍ରତ୍ୟେକ ବର୍ଷ ଦେଖିବାକୁ ମିଳେ ।

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.