Watch: ମହାରାଷ୍ଟ୍ର ପ୍ରସିଦ୍ଧ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା, 5କିମି ପର୍ଯ୍ୟନ୍ତ ଲମ୍ବା ଲାଇନ - Ganesh Chaturthi 2023 celebration in Maharashtra
🎬 Watch Now: Feature Video
Published : Sep 19, 2023, 5:06 PM IST
ମୁମ୍ବାଇ: ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ଦେଶରେ ବେଶ ପ୍ରସିଦ୍ଧ । ଏଠାରେ ପ୍ରତି ବର୍ଷ ଗଣପତି ବପ୍ପାଙ୍କ ଚତୁର୍ଥୀକୁ ଧୁମଧାମରେ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପ୍ରସିଦ୍ଧ ଗଣେଶ ମନ୍ଦିର ଯେପରିକି ସିଦ୍ଧି ବିନାୟକ ମନ୍ଦିର, ଶ୍ରୀଲାଲବଗୁଛା ରାଜା ଓ ପୁଣେ ସ୍ଥିତ ଅନନ୍ୟ ଶ୍ରୀମନ୍ତ ଦଗଦୁସେଠ ହଲୱାଇ ଗଣେଶ ମନ୍ଦିରରେ ମହା ଆଡମ୍ବରରେ ପୂଜାର୍ଚ୍ଚନା କରାଯାଇଛି। ବିଘ୍ନରାଜ,ବିଦ୍ୟାଦାତା ଗଣପତିଙ୍କ ପୂଜା ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ମୁମ୍ବାଇ ସ୍ଥିତ ଅନ୍ୟତମ ପ୍ରସିଦ୍ଧ ମନ୍ଦିର ରାଜା ଲାଲବଗୁଛା ମନ୍ଦିରରେ ମଧ୍ୟ ଗତକାଲି ସନ୍ଧ୍ୟାରୁ ପୂଜାବିଦ୍ଧି ଆରମ୍ଭ ହୋଇଛି । ଏଠାରେ କିଛି ବିଦେଶୀ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ବପ୍ପାଙ୍କ ଦର୍ଶନ ଲାଗି ଏହି ମନ୍ଦିରରେ ମଙ୍ଗଳବାର ସକାଳୁ ପ୍ରାୟ 5କିମି ପର୍ଯ୍ୟନ୍ତ ଭିଡ଼ ଜମିଥିଲା । ଅନ୍ୟପଟେ ମହାରାଷ୍ଟ୍ରର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି । ଏଠାରେ ଆସନ୍ତା 10 ଦିନ ଧରି ଗଣପତି ବପ୍ପାଙ୍କ ପବିତ୍ର ଜନ୍ମଦିବସକୁ ପାଳନ କରାଯିବ। ଏଠାରେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂରଣ ହେଉଥିବାରୁ ରାଜ୍ୟର ଏହି ମନ୍ଦିରଟି ବେଶ ପ୍ରସିଦ୍ଧ । ବିଭିନ୍ନ ସମୟରେ ଅନେକ ସେଲିବ୍ରିଟିଙ୍କୁ ମଧ୍ୟ ଏହି ମନ୍ଦିରରେ ଦେଖିବାକୁ ମିଳିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ