ନିଶ୍ବାସ ପ୍ରଶ୍ବାସ ନେଉଛନ୍ତି ଗଜାନନ, ଖାଉଛନ୍ତି ଲଡୁ ! ଜୀବନ୍ତ ଗଣେଶ ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ଼ - ଉତ୍ତରପ୍ରଦେଶର ଆଗ୍ରାରେ ନିଆରା ମୂର୍ତ୍ତି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/18-09-2023/640-480-19546233-thumbnail-16x9-g.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 18, 2023, 11:03 PM IST
ଲକ୍ଷ୍ନୌ: ନିଶ୍ବାସ ପ୍ରଶ୍ବାସ ନେଉଛି ପ୍ରଭୁ ଗଣେଶଙ୍କ ମୂର୍ତ୍ତି। ଏପରିକି କାନ ଡେରିଲେ ହୃତପିଣ୍ଡର ସ୍ପନ୍ଦନ ମଧ୍ୟ ଆପଣ ଶୁଣି ପାରିବେ। ବିଶ୍ବାସ ହେଉନଥିଲେ ବି କଥାଟି ସତ। ଏଭଳି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଗ୍ରାରେ। ଟାୟାର, ଟ୍ୟୁବ, ଯନ୍ତ୍ରପାତ, ଇଲେକ୍ଟ୍ରିକ ମୋଟର ଆଦି ଖଞ୍ଜି ଏହି ମୂର୍ତ୍ତିଟି ତିଆରି କରିଛନ୍ତି ଗଣେଶ ଭକ୍ତ ଅଜୟ ବାଥମ। ଏହା ଡିସି ଓ ଏସି କରେଣ୍ଟ ମାଧ୍ୟମରେ ପରିଚାଳିତ ହେଉଛି। 10ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିକୁ ଦେଖିବା ପାଇଁ ଅନେକ ଲୋକଙ୍କ ଭିଡ଼ ଜମୁଛି।
ଏହା ବି ପଢନ୍ତୁ...ବିରାଜିବେ ଗଜାନନ, ବାଲୁକାକଳାରେ ଗଣେଶ ପୂଜା ଶୁଭେଚ୍ଛା
ଏହାସହ ଏହି ମୂର୍ତ୍ତିରେ ଗଣେଶଙ୍କ ହାତରେ ଏକ ଆଣ୍ଡ୍ରୋଏଡ଼ ଫୋନ ମଧ୍ୟ ରହିଛି। ଯାହା ସାହାଯ୍ୟରେ ଭକ୍ତ ଭଗବାନଙ୍କୁ ଭିଡିଓ କଲ୍ ମାଧ୍ୟମରେ ଦର୍ଶନ କରିପାରିବ। ବିଘ୍ନ ବିନାଶକ ଆଖି ପଲକ ପକାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ମୂର୍ତ୍ତି ସମ୍ପୂର୍ଣ୍ଣ ରୂପେ ଜୀବନ୍ତ ପ୍ରତୀୟମାନ ହେଉଥିବାବେଳେ ଏହାକୁ ଦେଖି ଭାବ ବିହ୍ୱଳ ହେଉଛନ୍ତି ଭକ୍ତ ।