thumbnail

ବାରଣାସୀରେ ଦେବ ଦୀପାବଳି, କାଶୀ ଗଙ୍ଗା ଘାଟରେ ୨୧ ଲକ୍ଷ ଦୀପଦାନ

By

Published : Nov 7, 2022, 10:15 PM IST

Updated : Feb 3, 2023, 8:31 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାଶୀ ଗଙ୍ଗା ନଦୀକୂଳରେ ଦେବ ଦୀପାବଳି ଧୁମଧାମରେ ପାଳିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମେ ଦେବ ଦୀପାବଳି ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ଗୋଟିଏ ଦିନ ପୂର୍ବରୁ ହିଁ ଦେବ ଦୀପାବଳି ପାଳିତ ହୋଇଛି । ଦେଶ ବିଦେଶର ଲୋକ ଆସି ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରି ଦୀପ ଜାଳିଛନ୍ତି । ଗ୍ରୀନ ବାଣ ଫୁଟାଇ ଏଠାରେ ଆତଶବାଜୀ କରାଯାଇଛି । ଭବ୍ୟ ଲାଇଟ ଓ ସାଉଣ୍ଡ ମାଧ୍ୟମରେ ଏହି ପର୍ବ ପାଳନ କରାଯାଉଛି । କାଶୀରେ ଦେବ ଦୀପାବଳି ଉପଲକ୍ଷେ ଗଙ୍ଗା ଘାଟରୁ ଆରମ୍ଭ କରି କୁଣ୍ଡ ସୋରୋବର ପର୍ଯ୍ୟନ୍ତ ୨୧ ଲକ୍ଷ ଦୀପଦାନ ହୋଇଛି । କେବଳ ଗଙ୍ଗା ଘାଟରେ ୧୦ ଲକ୍ଷରୁ ଅଧିକ ଦୀପ ଦାନ ହୋଇଛି । ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି । ଏହାକୁ କାଶୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.