ଧୁମଧାମରେ ପାଳନ ହେଲା ଇଦ୍ ଉଲ୍ ଫିତର
🎬 Watch Now: Feature Video
ଢେଙ୍କାନାଳ: ଦୀର୍ଘ ଏକ ମାସର ଉପବାସ ବ୍ରତର ଆଜି ଉଦଯାପନ । ଇଦ ପାଇଁ ଉତ୍ସବ ମୁଖର ଢେଙ୍କାନାଳ । ମସଜିଦରେ ମୁସଲିମ ଧର୍ମାବଲମ୍ବୀମାନେ କଲେ ସାମୂହ ନମାଜ ପାଠ । ଇସଲାମିକ ସମ୍ପରଦାୟର ଦୀର୍ଘ ଏକ ମାସର ଉପବାସ ବ୍ରତ ରମଜାନର ଉଦଯାପନ ହୋଇଛି । ଏହି ପର୍ବ ପାଇଁ ଢେଙ୍କାନାଳରେ ମୁସଲିମ ସମ୍ପ୍ରଦାୟର ଛୋଟ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପର୍ବରେ ସାମିଲ ହୋଇପଡିଛନ୍ତି । ଘରେ ଘରେ ସମସ୍ତେ ନୂଆ ଜମା ପଟା ପିନ୍ଧି ସମସ୍ତଙ୍କୁ ଇଦ ମୁବାରକ ଜଣାଇଥିଲେ । ଢେଙ୍କାନାଳ ସହରର ମିନା ବଜାର ଓ କାଂଚନ ବଜାର ସ୍ଥିତ ଉଭୟ ମସଜିଦରେ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା। ଇସଲାମିକ ଧର୍ମ ଗୁରୁ ମୌଲବୀମାନେ ସାମୂହ ନମାଜ ପାଠ କରାଇଥିଲେ । ପ୍ରତେକ ପ୍ରଭୁ ଆଲ୍ଲାଙ୍କ ଉଦେଶରେ ନିଜ ପରିବାର ତଥା ସମାଜର ମଙ୍ଗଳ ମାନସିଥିବା କହିଥିଲେ । ପରେ ପରସ୍ପରଙ୍କୁ ଆଲିଙ୍ଗନ କରି ନିଜର ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ ।
ଇଟିଭି ଭାରତ, ଢେଙ୍କାନାଳ