‘ସେମାନେ ଅପେକ୍ଷା କରିଥିଲେ, ସୁପ୍ରିମକୋର୍ଟ ବନ୍ଦ ହେଲେ ଅଧ୍ୟାଦେଶ ଆଣିବେ’ - ଦିଲ୍ଲୀ ପ୍ରଶାସନିକ ନିୟନ୍ତ୍ରଣ ବିବାଦ
🎬 Watch Now: Feature Video
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀରେ ନିର୍ବାଚିତ ସରକାର ଥିଲେ, ତାହା ଅନ୍ୟ ରାଜ୍ୟ ପରି ପୂର୍ଣ୍ଣ କ୍ଷମତାସୀନ ନୁହେଁ । ପୋଲିସ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ସିଧାସଳଖ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ଏବେ ପ୍ରଶାସନିକ କ୍ଷମତାକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମୁଁହାମୁହିଁ ହୋଇଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ରାୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଆସିବା ପରେ କେନ୍ଦ୍ର ଏକ ଅଧ୍ୟାଦେଶ ଆଣି ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ କ୍ଷମତା ସଙ୍କୁଚିତ କରିଛନ୍ତି ।
ଏହାକୁ ନେଇ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଛନ୍ତି, ‘‘ଏହି ଅଧ୍ୟାଦେଶ ସଂସଦରେ ପାରିତ ହୋଇପାରିବନାହିଁ । ସେମାନେ ଏହାକୁ ଆଣିବା ପାଇଁ ସର୍ବୋଚ୍ଚ କୋର୍ଟ ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ସୁପ୍ରିମ କୋର୍ଟ ବନ୍ଦ ହେବା ପରେ ଏହା ଜାରି କଲେ । ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହେବା ପରେ ସେମାନେ ଏହା ଆଣିଲେ, କୋର୍ଟ ଖୋଲିଲେ ଆମେ ଏହାକୁ ଚ୍ୟାଲେଞ୍ଜ କରିବୁ ।’’ ଶୁଣନ୍ତୁ କ’ଣ କହୁଛନ୍ତି କେଜ୍ରିଓ୍ବାଲ ।