ନୂଆ ଲୁକରେ ଦିଦି: ନେପାଳୀ ପୋଷାକ ପିନ୍ଧି ଚା’ ପତ୍ର ତୋଳିଲେ - ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ମଲଦା ଗସ୍ତ
🎬 Watch Now: Feature Video


Published : Dec 7, 2023, 6:50 PM IST
କୋଲକାତା : ପୁଣି ନୂଆ ରୂପରେ ମମତା ଦିଦି । ପାରମ୍ପାରିକ ନେପାଳୀ ପୋଷାକ ପିନ୍ଧି ଚା’ ପତ୍ର ତୋଳୁଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ । ଆଗାମୀ 2024 ସାଧାରଣ ର୍ନିବାଚନ ପାଇଁ ନିଜ ଦଳ ତୃଣମୂଳ କଂଗ୍ରେସ (TMC)ର ରାଜନୈତିକ ସମୀକ୍ଷା କରିବାକୁ ଯାଇଛନ୍ତି ଦିଦି । ତେବେ ସେ ବର୍ତ୍ତମାନ 7 ଦିନିଆ ଉତ୍ତରବଙ୍ଗ ଗସ୍ତରେ ଅଛନ୍ତି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ 2024 ସାଧାରଣ ର୍ନିବାଚନ ପାଇଁ ନିଜ ଦଳ ତୃଣମୂଳ କଂଗ୍ରେସ (TMC)ର ରାଜନୈତିକ ସମିକ୍ଷା କରିବା ପାଇଁ 7 ଦିନିଆ ଉତ୍ତରବଙ୍ଗ ଗସ୍ତରେ ଯାଇଛନ୍ତି । ତେବେ ବୁଧବାର ଠାରୁ ସେ ଗସ୍ତ ଅରମ୍ଭ କରିଛନ୍ତି । ତେବେ କୁରସେଓଙ୍ଗ ଠାରେ ତାଙ୍କୁ ପାରମ୍ପାରିକ ନେପାଳୀ ପୋଷାକ ପିନ୍ଧି ଚା’ ପତ୍ର ତୋଳୁଥିବାର ଦେଖିବାକୁ ମିଳିଛି । ତେବେ ସେଠାକାର ଚା’ ବଗିଚାରେ କାମ କରୁଥିବା ମହିଳାଙ୍କ ସହ ସେ ଚା’ ପତ୍ର ତୋଳିବା ସାଙ୍ଗକୁ ଗୀତ ଗାଉଥିବାର ଦେଖାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ରେବନ୍ତଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ଉପମୁଖ୍ୟମନ୍ତ୍ରୀ ସହ 11 ମନ୍ତ୍ରୀ, କାହାକୁ ମିଳିଲା କେଉଁ ବିଭାଗ
ତେବେ ଯଦି 2019 ସାଧାରଣ ର୍ନିବାଚନର ଫଳାଫଳ ଦେଖାଯାଏ
ତେବେ ମଲଦା ଜିଲ୍ଲାରୁ ତୃଣମୂଳ କଂଗ୍ରେସ (TMC)କୁ ସର୍ବ ମୋଟ ଗୋଟିଏ ସିଟ ମିଳିଥିଲା । ତେବେ ଜଣା ପଡ଼ିଛି ଯେ, ରାଜନୈତିକ ସମୀକ୍ଷା କରିବା ଛଡ଼ା ସେ କୁରସେଓଙ୍ଗରେ ଏକ ବିବାହରେ ମଧ୍ୟ ସମ୍ମିଳିତ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ