thumbnail

Dantewada Naxalite Attack: ହୃଦୟବିଦାରକ ଦୃଶ୍ୟ, ଶହୀଦ ସ୍ବାମୀଙ୍କ ଚିତା ଉପରେ ଶୋଇଲେ ପତ୍ନୀ

By

Published : Apr 28, 2023, 4:01 PM IST

ରାୟପୁର: ଦାନ୍ତେୱାଡା ନକ୍ସଲ ଆକ୍ରମଣରେ ୧୦ଜଣ ଯବାନ ଶହୀଦ ହୋଇଛନ୍ତି । ଏହାପରେ ଶହୀଦ ଯବାନଙ୍କ ଘରେ ଖେଳିଯାଇଛି ଦୁଃଖର ଲହରୀ । ବୀର ଯବାନଙ୍କ ପ୍ରତି ଗର୍ବିତ କରୁଥିବା ଦେଶବାସୀଙ୍କ ଆଖିରେ ମଧ୍ୟ ଆସିଯାଉଛି ଲୁହ । ତେବେ ଏଦୃଶ୍ୟ ମଧ୍ୟ ବେଶ ହୃଦୟ ବିଦାରକ । ଯେଉଁଠି ଶହୀଦ ପତିଙ୍କଠାରୁ ବିଚ୍ଛେଦ ସହ୍ୟ କରିପାରିନାହାନ୍ତି ପତ୍ନୀ । ଆଉ ସ୍ବାମୀଙ୍କ ଚିତା ଉପରେ ସେ ମଧ୍ୟ ଶୋଇପଡ଼ିଛନ୍ତି । ଏହି ଦୃଶ୍ୟ ଶହୀଦ ଲଖମୁଙ୍କ ଗ୍ରାମ ବିଜାପୁର ଜିଲ୍ଲାର ନିରାମଠାରେ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- Dantewada Naxalite Attack: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବାଘେଲ 

ଗ୍ରାମରେ ଶହୀଦ ଯବାନ ଲଖମୁଙ୍କ ପାର୍ଥୀବ ଶରୀର ପହଞ୍ଚିବା ମାତ୍ରେ ଶୋକାକୁଳ ପରିସ୍ଥିତି ଖେଳିଯାଇଥିଲା । ଏହାପରେ ଲଖମୁଙ୍କ ପତ୍ନୀ ରାନୀ ଖୁବ ଜୋରରେ କାନ୍ଦିବାକୁ ଲାଗିଥିଲେ । ଆଉ ତାଙ୍କ ଚିତା ଉପରେ ଚଢି ଯାଇଥିଲେ । ଯେତେବେଳେ ତାଙ୍କୁ ଗ୍ରାମବାସୀ ବୁଝାଇଥିଲେ, ଏହାପରେ ସେ ତଳକୁ ଓହ୍ଲାଇଥିଲେ । ଲଖମୁଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷ ହୋଇଥିଲା । ଏହି ଦୃଶ୍ୟ ଦେଖି କାହାର ଲୁହ ବୋଲ ମାନିନଥିଲା । ସୂଚନା ଥାଉ କି ଲଖମୁ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ ଡିଆରଜିରେ ସାମିଲ ହୋଇଥିଲେ । ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.