ମେ 1ରୁ ବଢିବ ଦୁଗ୍ଧଜାତ ସାମଗ୍ରୀ ଦର, କ୍ଷତି ସହିବେ ବ୍ୟବସାୟୀ

By

Published : Apr 26, 2023, 5:38 PM IST

thumbnail

କଟକ: ମେ ପହିଲାରୁ ମହଙ୍ଗା ହେବ କ୍ଷୀର ଜାତୀୟ ଦ୍ରବ୍ୟ । ଛେନା, ପନିର ଓ ଖୁଆ ଆଦିର ଦର ବୃଦ୍ଧି ପାଇବ । କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଓମ୍‌ଫେଡ୍‌ କ୍ଷୀର ଲିଟର ପ୍ରତି ୪ଟଙ୍କା ବୃଦ୍ଧି ହୋଇଛି । ଏଥିସହିତ ଗୋଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟ ସଙ୍ଘ ପକ୍ଷରୁ ଛେନାର ପାଇକାରୀ ଦର କିଲୋ ପ୍ରତି ୨୦ ଟଙ୍କା ବୃଦ୍ଧି କରାଯାଇଛି । କଟକରୁ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁରର ରେଢ଼ାଖୋଲ ଓ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନୀ କରାଯାଉଥିବା ସ୍ଥାନମାନଙ୍କରେ ଏହି ଅନୁପାତରେ ଦର ବୃଦ୍ଧି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଓମ୍‌ଫେଡ୍‌ କ୍ଷୀରର ମୂଲ୍ୟବୃଦ୍ଧି ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି । ବଜାରରେ ଗୋଖାଦ୍ୟର ଆକାଶ ଛୁଆଁ ଦର ବୃଦ୍ଧି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ । ଆସନ୍ତା ମେ 1 ତାରିଖଠାରୁ ଛେନା, ପନିର ଓ ଖୁଆ ଦରରେ 20ରୁ 30 ଟଙ୍କା ବୃଦ୍ଧି ହେବାକୁ ଯାଉଛି । ବର୍ତ୍ତମାନ ଛେନାର ପାଇକରୀ ଦର 175 ଟଙ୍କା ଥିବା ବେଳେ 20 ଟଙ୍କା ବଢି 195 ହେବ । ସେହିପରି ପନିର ଦର 225 ଥିବା ବେଳେ ଏଥିରେ 30 ଟଙ୍କା ବଢି 255 ହେବ । କଞ୍ଚା ଖୁଆ 260ରୁ ବଢି 320 ହେବ । ଯେହେତୁ କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଦୁଗ୍ଧଜାତ ଦ୍ରବ୍ୟ ରପ୍ତାନୀ କରାଯାଇଥାଏ । ସେଥିପାଇଁ ସମସ୍ତ ଜିଲ୍ଲାରେ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଦର ବୃଦ୍ଧି ଯୋଗୁଁ ବ୍ୟବସାୟ ମାନ୍ଦା ହେବ ବୋଲି କହିଛନ୍ତି ବ୍ୟବସାୟୀ । 
 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.