CycloneBiporjoy: ମାଡି ଆସୁଛି ବିପର୍ଯ୍ୟୟ, ଦ୍ବାରକାରେ ଅଶାନ୍ତ ସମୁଦ୍ର - ଦ୍ବାରକାରେ ଅଶାନ୍ତ ସମୁଦ୍ର
🎬 Watch Now: Feature Video
ଅହମ୍ମଦାବାଦ: ଗୁଜୁରାଟ ଉପକୂଳକୁ ମାଡି ଆସୁଛି ବିପର୍ଯ୍ୟୟ । ଏହା ଅତି ଭୀଷଣ ରୂପ ନେଇ ଆସନ୍ତାକାଲି (ଗୁରୁବାର) ସଂଧ୍ୟାରେ କଚ୍ଛ ଜିଲ୍ଲା ଅନ୍ତର୍ଗତ ଜଖୌ ପୋର୍ଟ ପାଖରେ ଲ୍ୟାଣ୍ତଫଲ କରିବ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଆଇଏମଡିର ଏହି ଆକଳନ ପରେ ଗୁଜୁରାଟ ସରକାର ସମେତ କେନ୍ଦ୍ର ସରକାର ବିପର୍ଯ୍ୟୟର ମୁକାବିଲା ପାଇଁ ଘନ ଘନ ବୈଠକ ଚଳାଇଛନ୍ତି ।
ଦିଲ୍ଲୀରୁ ଅହମ୍ମଦାବାଦ ଯାଏଁ ବୈଠକ ଜାରି ରହିଥିବା ବେଳେ, ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଘଣ୍ଟାରେ ପ୍ରସ୍ତୁତିର ଅବଗତ ହେଉଛନ୍ତି । ବିପର୍ଯ୍ୟର ମୁକାବିଲା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ସମେତ ତିନି ସେନା ପଜିସନ ନେଇ ସାରିଛନ୍ତି । ଏତତ ବ୍ୟତୀତ ଅତିରିକ୍ତ ଉଦ୍ଧାରକାରୀ ଦଳ ଓ ଯନ୍ତ୍ରାଶଂକୁ ଦେଶର ବିଭିନ୍ନ ଭାଗରେ ଷ୍ଟାଣ୍ଡବାଏରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରାଯିବ । ଗୁଜୁରଟା ଉପକୂଳକୁ ବିପର୍ଯ୍ୟୟ ମାଡି ଆସୁଥିବା ସମୁଦ୍ର ବି ଭୟଙ୍କର ରୂପ ଧାରଣ କରି କୂଳ ଲଙ୍ଘିବାରେ ଲାଗିଛି । ଦେଖନ୍ତୁ ଦ୍ବାରକାରେ କେମିତି ଗର୍ଜନ କରୁଛି ସମୁଦ୍ରର ।