ମୃତକଙ୍କ ପରିଚୟ ଜାଣିବା ପାଇଁ ସାଇବର ଟିମ ଗଠନ; ଭୁବନେଶ୍ବର 6ଟି ହସ୍ପିଟାଲରେ ହେଲ୍ପ ଡେସ୍କ - ମୃତକଙ୍କ ପରିଚୟ ଜାଣିବା ପାଇଁ ସାଇବର ଟିମ ଗଠନ

🎬 Watch Now: Feature Video

thumbnail

By

Published : Jun 6, 2023, 3:43 PM IST

ଭୁବନେଶ୍ବର: କଳମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାପରେ ୧୯୩ ମୃତଦେହ ଭୁବନେଶ୍ୱରକୁ ଆସିଥିଲା । ବର୍ତ୍ତମାନ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାର ରହିଛି । ସକାଳ ୧୦ଟା ସୁଦ୍ଧା ୯୩ଟି ମୃତଦେହ ଚିହ୍ନଟ ହୋଇଛି । ଏହା ଭିତରୁ ୮୪ଟି ମୃତଦେହ ଠିକଣା ଜାଗାରେ ପହଞ୍ଚିସାରିଛି । ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ହେଲ୍ପ ଡେସ୍କ ଖୋଲା ହେଉଛି । ରେଳ ବିଭାଗର ଏକ ସ୍କାଉଟ ଟିମ ରହିଛି । ସେମାନେ ମୃତଦେହ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ସହଯୋଗ କରୁଛନ୍ତି । ମୃତକଙ୍କ ପରିଚୟ ଜାଣିବା ପାଇଁ ଏକ ସାଇବର ଟିମ ମଧ୍ୟ ଗଠନ ହୋଇଛି । ଏହି ଟିମ ସାହାଯ୍ୟରେ ୨୪ ଘଣ୍ଟା ଭିତରେ ୪୪ଟି ଶରୀର ଚିହ୍ନଟ ହୋଇଛି । ସମ୍ପର୍କୀୟମାନଙ୍କୁ ରହିବା ଠାରୁ ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । LED ମାଧ୍ୟମରେ ସେମାନଙ୍କୁ ଫଟୋ ଦେଖାଯାଉଛି । ମୃତଦେହ ଚିହ୍ନଟରେ ସମସ୍ୟା ହେଲେ DNAର ସାହାଯ୍ୟ ନିଆଯାଉଛି । ଅନ୍ୟପଟେ ମୃତକଙ୍କ ପପରିବାରକୁ ସାହୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି । ଦିନ ୧୦ଟା ସୁଦ୍ଧା ୬.୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ପୂର୍ବତଟ ରେଳ ବିଭାଗ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ ସୂଚନା ଦେଇଛନ୍ତି ।  

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.