thumbnail

By

Published : Jun 3, 2023, 6:04 PM IST

ETV Bharat / Videos

Train Tragedy: SCBରେ ବଢୁଛି ଆହତଙ୍କ ସଂଖ୍ୟା, ଚିକିତ୍ସା ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ

କଟକ: ସମୟ ବଢୁଥିବା ବେଳେ ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ସେପଟେ ଆହତଙ୍କୁ ଯଥାଶୀଘ୍ର ଚିକିତ୍ସା ଯୋଗାଇ ଦିଆଯାଉଛି । ଆହତଙ୍କ ସଂଖ୍ୟା ୯୦୦ ରହିଥିବାରୁ କିଛି ଆହତଙ୍କୁ କଟକ ବଡ ମେଡିକାଲକୁ ମଧ୍ୟ ସ୍ଥାନାନ୍ତର କରାଯାଉଛି । ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଏସସିବିରେ ବ୍ୟବସ୍ଥା ମଧ୍ୟ ହୋଇଛି । 

ଏନେଇ ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି । ଗତକାଲିଠାରୁ ଏଯାବତ ଜିଲ୍ଲାପାଳ ମେଡିକାଲ ପରିସରରେ ଉପସ୍ଥିତ ରହିଛନ୍ତି । ସେଠାରେ ଉପସ୍ଥିତ ରହି ସେ ସ୍ଥିତିର ସମୀକ୍ଷା କରୁଛନ୍ତି । ସେପଟେ ଭିଡ଼ ନିୟନ୍ତ୍ରଣ ଲାଗି ଗୋଟିଏ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ ହୋଇଛି । ଏହି ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପ୍ରତିଟି ଲୋକ ସହାୟତାର ହାତ ବଢାଇଛି । ତେବେ ମେଡିକାଲ ପରିସରରେ ଅନ୍ୟ ରୋଗୀ ମଧ୍ୟ ରହିଥିବା ବେଳେ ସମସ୍ତ ବର୍ଗର ଡାକ୍ତରମାନଙ୍କୁ ଚିକିତ୍ସାରେ ନିୟୋଜିତ କରାଯାଇଛି । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.