thumbnail

Watch: ଦୁର୍ଗା ପୂଜା ଭସାଣରେ ବାଜା ବଜାଇଲେ କଟକ ଜିଲ୍ଲାପାଳ

By ETV Bharat Odisha Team

Published : Oct 26, 2023, 10:21 AM IST

କଟକ: ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା । ଧରାଧାମରୁ ବିଦାୟ ନେଇଛନ୍ତି ମା' ଦୁର୍ଗା । କଟକବାସୀଙ୍କ ପାଇଁ ଦୁର୍ଗାପୂଜାର ଅଲଗା ମହତ୍ତ୍ବ ରହିଛି । ପୂଜାଠୁ ଆରମ୍ଭ ଭସାଣ ପର୍ଯ୍ୟନ୍ତ ପୁରା କଟକ ଏଥିରେ ସାମିଲ ହୋଇଥାଏ । ଭାଇଚାରାର ସହରରେ ପୂଜାରେ କୌଣସି ଭେଦଭାବ ନଥାଏ । ସମସ୍ତେ ଏହି ପର୍ବରେ ସାମିଲ ହୋଇଥାନ୍ତି । ଦୁର୍ଗାପୂଜା ଭସାଣ ଉତ୍ସବରେ କଟକ ଜିଲ୍ଲାପାଳଙ୍କୁ ଏକ ନିଆରା ରୂପର ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ହୋଇ ମଧ୍ୟ ସାଧାରଣ କଟକିଆ ଭାବରେ ଭସାଣ ଉତ୍ସବରେ ସାମିଲ ହୋଇ ବାଜା ବଜାଇଥିଲେ । ଭସାଣି ଉତ୍ସବକୁ ମନଭରି ଉପଭୋଗ କରି ଡ୍ରମ ବଜାଇଥିଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଜିଲ୍ଲାପାଳ ବାଜା ବଜାଉଥିବା ଭିଡିଓ ସାମ୍ନାକୁ ଆସିଛି ଯାହାକୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି । ଦେଖନ୍ତୁ କିପରି ଆନନ୍ଦରେ ବଜା ବଜାଉଛନ୍ତି କଟକ ଜିଲ୍ଲାପାଳ ।

ଏହା ବି ପଢନ୍ତୁ...ଧରାଧାମରୁ ବିଦାୟ ନେଲେ ମା' ଜଗତଜନନୀ, ଦେବୀଗଡାରୁ ଦର୍ଶନ କଲେ ହଜାର ହଜାର ଭକ୍ତ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.