thumbnail

By

Published : Mar 24, 2023, 5:03 PM IST

ETV Bharat / Videos

ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ, ପ୍ରତିବାଦରେ କଟକରେ କଂଗ୍ରେସର ଗର୍ଜନ

କଟକ: ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ବିରୋଧରେ କଟକ ନଗର କଂଗ୍ରେସର ବିକ୍ଷୋଭ । କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ବରେ ୫୦ରୁ ଅଧିକ କର୍ମୀ ଏକାଠି ହୋଇ କଟକ କଲେଜ ଛକ ଠାରେ ପ୍ରତିବାଦ କରିଥିଲେ । ରାସ୍ତାରେ ପ୍ରତିବାଦ କରିବାରୁ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିଲା । ତେବେ ଭାରତ ଯୋଡୋ ଯାତ୍ରାରେ ରାହୁଲ ଗାନ୍ଧିଙ୍କ ଅଭୂତପୂର୍ବ ସଫଳତା ପରେ ବିଜେପି ଚକ୍ରାନ୍ତ କରି ହୀନ ରାଜନୀତି କରୁଛି ବୋଲି କହିଛି କଂଗ୍ରେସ ।

ଏନେଇ ନଗର କଂଗ୍ରେସ ସଭାପତି କହିଛନ୍ତି, "ଦେଶରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାହୁଲ ଗାନ୍ଧି ଯେଉଁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ତାହା ଅଦ୍ଭୁତ ଭାବରେ ସଫଳତା ହାସଲ କରିଛି । ଯାହା ଫଳରେ କେନ୍ଦ୍ରରେ ଥିବା ବିଜେପି ସରକର ଏହାକୁ ସହିନପାରି ରାହୁଲ ଗାନ୍ଧିଙ୍କ ସ୍ବରକୁ ଚପେଇବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଯାହା କେବେ ବି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଯଦି କହିବା, ବିଗତ ଦିନରେ କଂଗ୍ରେସ ଶାସନ ସମୟରେ ଦେଶରେ ଯେଉଁ ସ୍ଥିତି ରହିଥିଲା ତାହା ବର୍ତ୍ତମାନ ଲୋପ ପାଇଛି । ଦରଦାମ ଠାରୁ ଆରମ୍ଭ କରି ଅପରାଧ, ସବୁ ଦିଗରେ ଦେଶ ଆଗରେ । ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା । ଗରିବ ଓ ଖଟିଖିଆମାନଙ୍କ ଦୁଃଖ ବୁଝୁଥିଲା କଂଗ୍ରେସ ସରକାର । ହେଲେ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ବିପରୀତ । ତେଣୁ ଏହି ଦିଗରେ ରାହୁଲ ଗାନ୍ଧି ବାରମ୍ବାର ସ୍ବର ଉତ୍ତୋଳନ କରିବା ପରେ ତାଙ୍କ ପ୍ରତି ଏପରି ବ୍ୟବହାର ଠିକ ନୁହେଁ ।"

ତେବେ ଗଣତନ୍ତ୍ରରେ ସମସ୍ତେ ସ୍ବର ଉଠାଇ ପାରିବେ । ତେଣୁ କେନ୍ଦ୍ର ସରକାର ଜାଣିଶୁଣି ରାହୁଲ ଗାନ୍ଧିଙ୍କୁ ଚୁପ କରିବା ପାଇଁ ଏପରି ସବୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି କଟକ ନଗର ସଭାପତି ସୁରେଶ ମହାପାତ୍ର । ତେଣୁ ଏଭଳି ସ୍ଥିତିରେ ଓଡିଶା ସମେତ କଟକର ସମସ୍ତ କଂଗ୍ରେସ କର୍ମୀ ରାହୁଲଙ୍କ ସହ ରହିଛନ୍ତି ଓ ରହିବେ ବୋଲି ସେ ସିଧାସଳଖ କହିଛନ୍ତି । ଆଜି କଲେଜ ଛକରେ ରାସ୍ତା ରୋକ କରି ଏପରି ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ । ରାହୁଲ ଗାନ୍ଧିଙ୍କ ସହ ଏପରି ଅନୁଚିତ ଆଚରଣର ଜବାବ ଦେବା ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି କଟକ ନଗର କଂଗ୍ରେସ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.