Christmas 2022: ନିଆରା ଢଙ୍ଗରେ ଖ୍ରୀଷ୍ଟମାସର ବାର୍ତ୍ତା ଦେଲା ଏମିରେଟ୍ସ, ପସନ୍ଦ କଲେ ୟୁଜର୍ସ

By

Published : Dec 24, 2022, 6:54 PM IST

Updated : Feb 3, 2023, 8:36 PM IST

thumbnail
ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ସାରା ବିଶ୍ବରେ ପାଳିତ ହେବ ଖ୍ରୀଷ୍ଟମାସ ବା ବଡ଼ଦିନ (Christmas 2022) । ଏଥିଲାଗି ଚାରିଆଡ଼େ ଖୁସିର ମାହୋଲ । ଏହି ପର୍ବଟି ସାରା ବିଶ୍ବରେ ବେଶ ଲୋକପ୍ରିୟତା ହାସଲ କରିଛି । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଏହି ମୁଖ୍ୟ ପର୍ବକୁ ଅନ୍ୟ ଧର୍ମର ଲୋକେ ମଧ୍ୟ ବେଶ ଖୁସିର ସହ ପାଳନ କରିଥାନ୍ତି । ଏହି ଅବସରରେ ବିଭିନ୍ନ ସଂସ୍ଥା, ଅନୁଷ୍ଠାନ ପକ୍ଷରୁ ବଡ଼ଦିନର ଶୁଭେଚ୍ଛା ବାର୍ତ୍ତା ଦିଆଯାଉଛି । ଏହାରି ମଧ୍ୟରେ ବିମାନସେବା ଯୋଗାଉଥିବା କମ୍ପାନୀ ଏମିରେଟ୍ସ ଏୟାରଲାଇନ୍ସ (Emirates Airlines) ପକ୍ଷରୁ ନିଆରା ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି (Cute video from Emirates) । ଯାହାକୁ ୟୁଜର୍ସ ଖୁବ ପସନ୍ଦ କରିବା ସହିତ ଏହା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଇଛି କ୍ୟାପଟେନ କ୍ଲଜ (ସାନ୍ତା କ୍ଲଜଙ୍କ ବାହନ ବା ରେନଡିଅର ପଶୁ) ବିମାନ ଉଡ଼ାଣ ଲାଗି ସମସ୍ତ ଯାତ୍ରୀଙ୍କ ଅନୁମତି ଲୋଡ଼ୁଛନ୍ତି (Captain clause seek permission to take off Emirates flight) । ଏଥିରେ କିଛି ରେନଡିଅର (Reindeer) ଏମିରେଟ୍ସ ବିମାନକୁ ଧରି ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି । ଯାହାକି ଆଶ୍ଚର୍ଯ୍ୟଜନିତ ହୋଇଥିବା ବେଳେ ଦେଖଣାହାରୀଙ୍କୁ ଏକ କାଳ୍ପନିକ ଦୁନିଆକୁ ନେଇଯାଉଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.