ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ କ୍ରେଜ୍, ଫ୍ଲାସ୍ ଲାଇଟ୍ରେ ମୋଦିଙ୍କ ଜନସଭା - ମୋବାଇଲ୍ ଲାଇଟ୍ରେ ମୋଦିଙ୍କ ଜନସଭା
🎬 Watch Now: Feature Video

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ପ୍ରଚାରରେ ବ୍ୟସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଜନସଭା ପ୍ରବଳ ଜନସମାଗମ ହେଉଛି । ଯାହାଫଳରେ ବିଜେପି ସମର୍ଥକ ଗୋଟାଇବାକୁ ସକ୍ଷମ ହେଉଛି । ଗୁଜରାଟ ଜନତା ମଧ୍ୟ ମୋଦିଙ୍କ ଭାଷଣ ଶୁଣିବାକୁ ଆଗଭର ହେଉଛନ୍ତି । ଏହାର ଏକ ଚିତ୍ର ସୋମବାର ଜାମନଗରରେ ଦେଖିବାକୁ ମିଳିଛି । ଏଠାରେ ମୋଦି ଭାଷଣ ଦେଉଥିବା ବେଳେ ଉପସ୍ଥିତ ଜନତା ମୋବାଇଲ ଲାଇଟ୍ ଦେଖାଇ ମୋଦିଙ୍କ କଥା ଶୁଣୁଥିଲେ । ମୋଦି କିଛି ପଚାରେ ଲୋକେ ଉତ୍ତର ମଧ୍ୟ ଦେଉଥିଲେ । ଲୋକଙ୍କ ମୋବାଇଲ ଲାଇଟ୍ ଜନସଭାର ଶୋଭାବର୍ଦ୍ଧନ କରିଛି ।
Last Updated : Feb 3, 2023, 8:33 PM IST