thumbnail

By

Published : Jun 14, 2023, 8:10 PM IST

ETV Bharat / Videos

ରଜରେ ଜମୁଛି ପାନ ବଜାର: ପାନର ଦାମ ୧୧୦୦ ଟଙ୍କା, ଅନଲାଇନରେ ଚାଲିଛି ଅର୍ଡର

ଭୁବନେଶ୍ବର: ଭିଜା ମାଟିର ବାସ୍ନା ନେଇ ଆସିଛି ରଜ । ରଜପାନ ବିନା ରଜ ଫିକା ପଡିଥାଏ । ତେଣୁ ଏହି ପର୍ବରେ ପାନର ଏକ ନିଆରା ଚାହିଦା ରହିଥାଏ । ଛୋଟଠୁ ବଡ଼ ସମସ୍ତେ ପାନ ଖାଇ ରଜ ପାଳନ କରନ୍ତି । ଏଥିଲାଗି ରଜ ଆସିଲେ ବିଭିନ୍ନ ଦୋକାନରେ ବିଭିନ୍ନ କିସମର ସୁଆଦିଆ ପାନର ପସରା ମେଲିଥାଏ । ଭୁବନେଶ୍ବର ସହିଦ ନଗରରେ ବନାରସ ପାନ ଭଣ୍ଡାରରେ ବାସ ମସଲାରେ ପ୍ରସ୍ତୁତ ହୋଇଥିବା ପାନ ଖାଇବା ପାଇଁ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏଠାରେ ମିଳୁଥିବା ସ୍ମୋକ୍‌ ପାନ ଏବେ ଟ୍ରେଣ୍ଡ୍‌ରେ ରହିଥିବା ବେଳେ ମିଠାପାନ, ବନାରସ ଓ ଲଡ଼ୁ ପାନର ମଧ୍ୟ ଚାହିଦା ରହିଛି । ଏହି ପାନ ଖାଇବା ପାଇଁ ଭୁବନେଶ୍ୱରର ବିଭିନ୍ନ କୋଣରୁ ଲୋକେ ଆସୁଛନ୍ତି । ଆଉ ପାନ ଖାଇ ପ୍ରିୟଜନଙ୍କ ପାଇଁ ନେଇକି ଯାଉଛନ୍ତି । ପାନ ଖାଇବାକୁ କେହି କେହି ଅନଲାଇନରେ ମଧ୍ୟ ଅର୍ଡ଼ର କରୁଛନ୍ତି । ଏଠାରେ ୧୫୦ ପ୍ରକାର ପାନ ରହିଥିବା ବେଳେ ୨୫ ଟଙ୍କାରୁ ଆରମ୍ଭ ହୋଇ ୧୧୦୦ ଟଙ୍କା ପର୍ଯ୍ୟନ୍ତ ଏହାର ଦାମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.