କାଳବୈଶାଖୀ ଉଜାଡିଲା ଚାଷୀଙ୍କ ସ୍ବପ୍ନ, ଏକର ଏକର ଫସଲ ନଷ୍ଟ - କଳାହାଣ୍ଡିରେ ଫସଲ ନଷ୍ଟ
🎬 Watch Now: Feature Video
ଭବାନୀପାଟଣା: ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲେ ଚାଷୀ । କ୍ଷେତରେ ସୁନାର ଫସଲ ଫଳିବା ବେଳକୁ ଦାଉ ସାଧିଲା ପଶ୍ଚିମା ଝଡର ସହ କାଳବୈଶାଖୀ ବର୍ଷା । ଗତ ସପ୍ତାହେ ଧରି ପଶ୍ଚିମା ଝଡ ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡତୋଫାନ ସହିତ ବର୍ଷା ହୋଇଛି । ବର୍ଷା ସହିତ କୁଆପଥର ବୃଷ୍ଟିପାତ ହେବା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରବି ଜାତୀୟ ଫସଲ ଓ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ଉପରେ ଏହାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, କଲମପୁର, କୋକସରା, ଜୟପାଟଣା ଓ ଧର୍ମଗଡ଼ ଆଦି ବ୍ଲକ ମାନଙ୍କରେ ଝଡତୋଫାନ ସହିତ ବର୍ଷା ହେବା ସହ କୁଆପଥର ବୃଷ୍ଟିପାତ ହୋଇଥିଲା । ଏହି ବର୍ଷା ଓ କୁଆପଥର ମାଡରେ ପନିପରିବା ଚାଷ ଓ ରବି ଫସଲ ବ୍ୟାପକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଚାଷୀ କୂଳ ଚିନ୍ତାରେ ପଡିଯାଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଋଣ ପରିଷୋଦ କରିବା ପାଇଁ ଚଡକ ପଡିଛି । ଫଳରେ ସହାୟତା ପାଇଁ ସରକାରଙ୍କୁ ଗୁହାରୀ କରିଛି ଚାଷୀ । ଅଧିକ ପଢନ୍ତୁ
ଇଟିଭି ଭାରତ, କଳାହାଣ୍ଡି