World Cup 2023: ଥିରୁଅନନ୍ତପୁରମକୁ ଏମିତି ଉଚ୍ଚାରଣ କଲେ ଦକ୍ଷିଣ ଆଫ୍ରିକା ଖେଳାଳି, ଭିଡିଓ ଭାଇରାଲ - ବିଶ୍ବକପ 2023
🎬 Watch Now: Feature Video
Published : Oct 2, 2023, 10:41 AM IST
ହାଇଦ୍ରାବାଦ: କିଏ କହୁଛନ୍ତି ଥିରୁପରନପୁଟମନ ତ ପୁଣି କିଏ କହୁଛନ୍ତି ଥିରୁପୁନନଉମରା ତ ଆଉ ପୁଣି କିଏ ଥିରୁନ୍ତରମପୁନ୍ତରମ । ଆଉ ହସି ହସି ବିଭୋର ହୋଇ ଉଠୁଛନ୍ତି । ଆଇସିସି କ୍ରିକେଟ ବିଶ୍ବକପ ପାଇଁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକାର କିଛି ଖେଳାଳି କେରଳ ରାଜଧାନୀ ଥିରୁଅନନ୍ତପୁରମକୁ ଉଚ୍ଚାରଣ କରି କିଛି ଏଭଳି କହୁଥିବା ଏକ ଭିଡିଓ ଦେଖିବାକୁ ମିଳିଛି । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏକ ୱାର୍ମଅପ୍ ମ୍ୟାଚ ବା ଅଭ୍ୟାସ ମ୍ୟାଚ ରହିଛି । ତେଣୁ ଦଳ କେରଳର ଥିରୁଅନନ୍ତପୁରମରେ ପହଞ୍ଚିଛି । ଏହି ସମୟରେ ଥିରୁଅନନ୍ତପୁରମକୁ ଉଚ୍ଚାରଣ କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଛି । ଦଳର ଡେଭିଡ ମିଲର, କାଗିଲୋ ରାବାଡା, ରାସି ଭାନ ଡେର ଡୁସାନ, କ୍ଲାସେନଙ୍କୁ ଭିଡିଓରେ ଦେଖିବାକୁ ମିଳିଛି ।
କଂଗ୍ରେସ ସାଂସଦ ଶସି ଥରୁର ଭିଡିଓଟିକୁ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରି ଲେଖିଛନ୍ତି, '' ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଥିରୁଅନନ୍ତପୁରମରେ ପହଞ୍ଚିଛନ୍ତି ହେଲେ ସେମାନେ ଜାଣିନାହାନ୍ତି ସେମାନେ କେଉଁଠାରେ ଅଛନ୍ତି । ସେମାନେ କେଉଁଠାରେ ଅଛନ୍ତି କାହାକୁ କହିପାରୁନାହାନ୍ତି ।''
ଅକ୍ଟୋବର 5 ତାରିଖରୁ ଆଇସିସି କ୍ରିକେଟ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଦକ୍ଷିଣ ଆଫ୍ରିକା ବିଶ୍ବ ବିଜୟୀ ହୋଇନାହିଁ । 1992ରେ ସେମିଫାଇନାଲ ମ୍ୟାଚ ଖେଳିଥିଲା ଦଳ । ଚଳିତ ସିଜନରେ ଟ୍ରଫି ମରୁଡିର ଅନ୍ତ ଘଟାଇ ଦଳ ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି । ବିଶ୍ବକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ୱାର୍ମଅପ୍ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଅକ୍ଟୋବର 7 ତାରିଖରେ ଶ୍ରୀଲଙ୍ଗା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।