ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ରଙ୍ଗୀନ ହେଲା ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ, ଦର୍ଶକଙ୍କ ମନ ମୋହିଲା ଲେଜର ଲାଇଟ୍‌ ଶୋ'

By ETV Bharat Odisha Team

Published : Nov 19, 2023, 9:16 PM IST

thumbnail

ଅହମ୍ମଦାବାଦ: ବିଶ୍ବର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି ବିଶ୍ବକପ୍‌ ୨୦୨୩ର ସବୁଠାରୁ ବଡ଼ ମ୍ୟାଚ୍‌ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଫାଇନାଲ୍‌ ମ୍ୟାଚ୍‌ ପାଇଁ ୧ ଲକ୍ଷ ୩୦ ହଜାରରୁ ଅଧିକା ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଷ୍ଟାଡିୟମରେ ଉପସ୍ଥିତ ରହି ଭାରତୀୟ ଦଳକୁ ଉତ୍ସାହିତ କରୁଛନ୍ତି । ତେବେ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ ପାଇଁ ବିସିସିଆଇ ଓ ଆଇସିସି ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଥିଲା । ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ବାୟୁ ସେନାର 'ସୂର୍ଯ୍ୟ କିରଣ' ଟିମ୍‌ 'ଏୟାର ଶୋ' ପ୍ରଦର୍ଶନ କରିଥିଲା । ଏହାପରେ 'ଡ୍ରିଙ୍କ୍ସ ବ୍ରେକ୍‌' ସମୟରେ ଷ୍ଟାଡିୟମରେ ଲେଜର୍‌ ଲାଇଟ୍‌ ଶୋ' ପ୍ରଦର୍ଶନ କରାଯାଇଥିଲା । ଏହି ଚମତ୍କାର ଲେଜର ଲାଇଟ୍‌ ଶୋ'କୁ ଷ୍ଟାଡିୟମରେ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.