ବୁଣାକାର ପରିବାରକୁ ଆକ୍ରମଣ, ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତ - ବୁଣାକାର ପରିବାରକୁ ମାଡ଼ ମାରିଲେ ସୂତା ବ୍ୟବସାୟୀ

🎬 Watch Now: Feature Video

thumbnail

By

Published : Jul 21, 2023, 2:48 PM IST

ଅନୁଗୋଳ: ବୁଣାକାର ପରିବାରକୁ ମାଡ଼ ମାରିଲେ ସୂତା ବ୍ୟବସାୟୀ । ସୂତା ଆଣି ଲୁଗା ବୁଣି ଦେବାରେ ବିଳମ୍ବ କରିବାରୁ ଆକ୍ରମଣର ଶିକାର ହେଲେ ବୁଣାକାର ପରିବାର। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ନ୍ୟାୟ ପାଇଁ ପୋଲିସର ଆଶ୍ରୟ ନେଇଥିବା ବେଳେ କୌଣସି ସୁଫଳ ନମିଳିବାରୁ ଏସ୍‌ପିଙ୍କ  ନିକଟରେ ଗୁହାରି କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବେଲାଦୁଲା ଗାଁର କୌଶଲ୍ୟା ମେହେରଙ୍କ ପରିବାର । ସେ ଓ ତାଙ୍କ ପରିବାର ଲୁଗା ବୁଣି ନିଜର ଜୀବିକା ନିର୍ବାହ କରନ୍ତି । ସେମାନେ ସୁବଲୟା ଗାଁର ଦୋଳମଣି ମେହେରଙ୍କଠାରୁ ସୂତା ଆଣି ତାଙ୍କୁ ଲୁଗା ବୁଣି ଦିଅନ୍ତି । ଗତ କିଛି ଦିନ ହେବ ସେମାନେ ସୂତା ଆଣି ଥିଲେ ବି ତାଙ୍କ ଘର ଭାଙ୍ଗି ଯାଇଥିବାରୁ ଆଉ ଲୁଗା ବୁଣି ପାରି ନାହାନ୍ତି ।  ଏହାକୁ ନେଇ ଦୋଳମଣି ଓ ତାଙ୍କ ସହଯୋଗୀ ପ୍ରଥମେ ଆସି କୌଶଲ୍ୟା ଓ ତାଙ୍କ ପରିବାରକୁ ମାଡ଼ ମାରିବା ସହ କାହିଁକି ଠିକ ସମୟରେ କାମ କରିନ ବୋଲି ଗାଳି ଗୁଲଜ କରିଥିଲେ। ଏନେଇ କୌଶଲ୍ୟାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ  । ଏହାକୁ ନେଇ ପରେ ଥାନାରେ ବ୍ୟବସାୟୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବାରୁ ମହିଳାଙ୍କ ଘର ଭାଙ୍ଗି ଦେଇଥିଲେ ସମ୍ପୃକ୍ତ ବ୍ୟକ୍ତି । ତେବେ ଘଟଣାକୁ ନେଇ କୌଶଲ୍ୟା  ନ୍ୟାୟ ପାଇଁ ବାରମ୍ବାର ପୋଲିସର ଆଶ୍ରୟ ନେଇଥିଲେ ବି  କୌଣସି ପଦକ୍ଷେପ ନ ନେବାରୁ ଗତକାଲି ପୁରା ପରିବାର ଅନୁଗୋଳ ଏସ୍‌ପି ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.