RathaKhala Halchal: ତିନି ରଥର 25 ଚକ ନିର୍ମାଣ ଶେଷ, କାଲି ଭଉଁରୀ ତିଥି - ରଥଖଳା ହାଲଚାଲ 2023

🎬 Watch Now: Feature Video

thumbnail

By

Published : May 11, 2023, 7:43 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତଙ୍କ ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ରଥ ନିର୍ମାଣ କାର୍ଯ୍ୟ ଆଜି ସପ୍ତଦଶ ଦିନରେ ପହଞ୍ଚିଛି । ଆସନ୍ତାକାଲି ଶୁକ୍ରବାର ଭଉଁରୀ ତିଥି। ବିଧି ଅନୁଯାୟୀ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆବଶ୍ୟକ ଥିବା 6 ଟି ଚକ ଓ ତିନିଟି ଅଖକୁ ନିର୍ମାଣ କରିସାରିଛନ୍ତି ମହାରଣା ସେବକ। ତିନିରଥର ୨୫ ଗୋଟିଚକ ନିର୍ମାଣ ଶେଷ ହୋଇଛି । ତାଳଧ୍ବଜ ରଥ ଏବଂ ଦର୍ପଦଳନରଥ ର ୮ ଗୋଟି ଲେଖାଁଏ ଚକ ନିର୍ମାଣ ସରିଥିବା ବେଳେ ନନ୍ଦିଘୋଷ ରଥର ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି। ଏହିପରି ମୋଟ ତିନି ରଥର ୨୫ ଗୋଟି ଚକ ନିର୍ମାଣ ଶେଷ ହୋଇଛି । ସେପଟେ ତିନି ରଥର ଯୋକା ନିର୍ମାଣ ପାଇଁ ତିନିରଥ ଚାଳିକୁ ଆବଶ୍ୟକ ୧୨ ଫୁଟିଆ ଧଉରା କାଠ ରଥ ଆମୀନ ତିନିରଥ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଦେଇଥିଲେ। ତାଳଧ୍ବଜ ରଥର ୧୬ଟି ଯୋକାରୁ ୮ ଟି ଯୋକା ନିର୍ମାଣ ଶେଷ ହୋଇଛି। ଦର୍ପଦଳନ ରଥର ୧୨ ଟି ଯୋକାରୁ ୭ ଟି ଏବଂ ନନ୍ଦିଘୋଷ ରଥର ୧୬ ଟି ଯୋକାରୁ ୫ ଟିର ନିର୍ମାଣ ଶେଷ ହୋଇଛି। ଏହି ଯୋକା ରଥର ତଳ ଏବଂ ଉପର ପାର୍ଶ୍ବକୁ ମଜବୁତ କରି ବାନ୍ଧି ରଖିବା ପାଇଁ ପ୍ରତି କୋଣ ଗୁଜ ମାନଙ୍କରେ ଫିଟିଙ୍ଗ ହୋଇ ଉପର ପାର୍ଶ୍ବ ପର୍ଯ୍ୟନ୍ତ ଲମ୍ବିଥାଏ। ଏହା ଦ୍ବାରା ରଥ ଉପର ଠେକେରା ବାଡ଼ ବୁଲିବାରେ ସହାୟତା କରିଥାଏ ତାଜଧ୍ଵଜ ରଥର ଦୁଇଟି ପୋଲ ଗୟଳ ନିର୍ମାଣ ପାଇଁ ତାଳଧ୍ବଜ ରଥ ମୁଖ୍ୟ ମହାରଣଙ୍କ ନିର୍ଦ୍ଦେଶରେ ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ଦୋଳ ବେଦୀ ଠାରେ କରତି ସେବକଙ୍କୁ ୪୦ ଫୁଟର ଧଉରା କାଠ ଯୋଗାଇ ଥିଲେ। କରତି ସେବକ ରଞ୍ଜିତ ମହାରଣାଙ୍କ ତତ୍ତ୍ବାବଧାନରେ ଗୟଳକାଠକୁ ଚିରଟ ପୂର୍ବରୁ ଚିତା କାର୍ଯ୍ୟ କରୁଛନ୍ତି। ଚିରଟ ପରେ ତାଳଧ୍ବଜ ରଥ ମହାରଣା ମାନେ ୯/୫ ସାଇଜର ଚଉପଟ କରି ପୋଲ ଗୟଳ ନିର୍ମାଣକରିବେ । ତିନି ରଥର ରୂପକାର ସେବକ ମାନେ ଗୁଜରେ ରୂପ ଖୋଦେଇ ଜାରୀ ରଖିବା ସହ ଶେଷ ହୋଇ ଥିବା ରୂପ ଗୁଡିକର ପଲିସ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.