ଝାରସୁଗୁଡ଼ାରେ ଉପନିର୍ବାଚନ ତାତି, ସଂଗଠନର ସ୍ଥିତି ସମୀକ୍ଷା କଲେ ପିସିସି ସଭାପତି - ଉପନିର୍ବାଚନ ନେଇ ଝାରସୁଗୁଡ଼ା ରାଜନୀତି ସରଗରମ

🎬 Watch Now: Feature Video

thumbnail

By

Published : Mar 10, 2023, 3:39 PM IST

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଉପନିର୍ବାଚନ ନେଇ ଝାରସୁଗୁଡ଼ା ରାଜନୀତି ସରଗରମ ହେବାରେ ଲାଗିଛି । ସମସ୍ତ ଦଳ ନିଜ ନିଜର ଅଣ୍ଟା ସଳଖିବା ସହ ସ୍ଥିତି ସୁଧାରିବା ଆରମ୍ଭ କରିଛନ୍ତି । ଜନସମ୍ପର୍କ ଉପରେ ଏଥର କଂଗ୍ରେସ ବିଶେଷ ଗୁରୁତ୍ବ ଦେଉଥିବା ନଜର ଆସିଛି ।

ଝାରସୁଗୁଡ଼ା ବେହେରାମାଲ ଠାରେ ଥିବା ହୋଟେଲ ଆର୍ଯ୍ୟନ (Hotel Aryan) ଠାରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ଦଳୀୟ ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା । ତେବେ ନବ ଦାସଙ୍କ ହତ୍ୟା ପରେ ଗୋଟିଏ ପ୍ରକାର ଉପନିର୍ବାଚନର ପ୍ରସ୍ତୁତି କଂଗ୍ରେସ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତିନି ପ୍ରମୁଖ ରାଜନୈତିକ ଦଳ ବର୍ତ୍ତମାନ ଶକ୍ତି ବୃଦ୍ଧି କରିବା ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ତେବେ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସମସ୍ତ ଦଳ ବଳ ଗୋଟାଇବାକୁ ଚେଷ୍ଟା ଆରମ୍ଭ କରିଛନ୍ତି ।  

ପିସିସି ସଭାପତି ଶରତ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତରେ ଆସି ଦଳୀୟ କର୍ମୀଙ୍କୁ ଉପନିର୍ବାଚନ ନେଇ ଗୁରୁମନ୍ତ୍ର ପ୍ରଦାନ କରିବା ସହ ଦଳ କିପରି ନିଜ ସ୍ଥିତି ସୁଧାରିବ ସେନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି । ନବଦାସ ହତ୍ୟାକାଣ୍ଡ, ଦରଦାମ ବୃଦ୍ଧି, ବିଭିନ୍ନ ପ୍ରକାର ମୌଳିକ ସୁବିଧାକୁ ଦଳ ଅସ୍ତ୍ର ରୂପରେ ବ୍ୟବହାର କରି ଉପନିର୍ବାଚନରେ ଶାସକ ଦଳକୁ ଘେରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।  

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.