ନୂଆପଡା ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - Nuapada district news
🎬 Watch Now: Feature Video
ନୂଆପଡା : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ନୂଆପଡା ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ଖଡ଼ିଆଳ, ନୂଆପଡା, ବୋଡେନ, ସିନାପାଲି, କୋମନା 5ଗୋଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଖଡ଼ିଆଳଠାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ 9 ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କ ଉଦ୍ଧେଶ୍ଵରେ ଖଡ଼ିଆଳ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ ।
ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ 15ରୁ 50 ପ୍ରତିଶତ ପିସି କାରବାର ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ସେହିଭଳି ନବୀନ ଓଡିଶା ଯୋଜନାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ 50 ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହି ଟଙ୍କାକୁ ବିଜୁ ଜନତା ଦଳ ନେତା କର୍ମୀ ଠିକା ବାଡ଼ି କରିବାର ଯୋଜନା କରୁଛନ୍ତି । ଏହି ଠିକାବାଡ଼ିକୁ ବନ୍ଦ କରି ସମ୍ପୂର୍ଣ୍ଣ ଟଙ୍କାକୁ ଗ୍ରାମପଞ୍ଚାୟତ ପଲ୍ଲୀସଭା ଗ୍ରାମସଭା ଜରିଆରେ ଉନ୍ନତିକରଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।
ଏହା ମଧ୍ୟ ପଢନ୍ତୁ ...ପଞ୍ଚାୟତ ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଲା ପଞ୍ଚାୟତ ନିର୍ବାହୀ ସଂଘ
ସେହିଭଳି ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଖାଉଟି ସାମଗ୍ରୀରେ ଅହେତୁକ ଦରଦାମ ବୃଦ୍ଧି, ପେଟ୍ରୋଲ ଡିଜେଲ ଦରଦାମ ବୃଦ୍ଧି, ସର୍ବପରି ବିଜୁଳି ଶୁଳ୍କ ଅସୁଲିରେ ଟାଟା ପାୱାର ଗୁଣ୍ଡାରାଜକୁ ବରଦାସ୍ତ କରାଯିବ ନାହିଁ ବୋଲି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଗର୍ଜିଛନ୍ତି । ଏଭଳି 9 ଦଫା ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଲଢ଼େଇ ହେବ ବୋଲି କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ,ନୂଆପଡା