ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ବିରୋଧ, କଟକରେ ଜିଲ୍ଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ - ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
🎬 Watch Now: Feature Video
କଟକ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପରେ ରାଜନୀତି ତୀବ୍ରତର ହେବାରେ ଲାଗିଛି । ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛି କଂଗ୍ରେସ । ଏହି କ୍ରମରେ କଟକ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ କର୍ମୀ ନ୍ୟାୟ ପାଇଁ ସ୍ୱର ଉଠାଇଛନ୍ତି । ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏପରି ଆନ୍ଦୋଳନ ପନ୍ଥା ଆପଣାଇଛି ନଗର କଂଗ୍ରେସ । ଜଣେ ଲୋକ ପ୍ରତିନିଧିକୁ ଏପରି ଘୃଣ୍ୟ ଆଚରଣ ଭାରତରେ ଗଣତନ୍ତ୍ରକୁ ଶକ୍ତ ନିନ୍ଦା ଭଳି ପ୍ରତୀତ ହେଉଛି ବୋଲି ଦଳ ଅଭିଯୋଗ କରିଛି । ରାଜନୈତିକ ଦୃଷ୍ଟିକୋଣରରୁ ଏହା କେବେବି ଗ୍ରହଣନୀୟ ନୁହେଁ ବୋଲି କହିଛି । ତେବେ ରାହୁଲ ଗାନ୍ଧୀଙ୍କ ସହ ଅବିଚାର ହୋଇଥିବା କଥା କହିଛି ନଗର କଂଗ୍ରେସ । ଏଥିରେ ସୁଧାର ଆଣିବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପଦାନ କରିଛି କଂଗ୍ରେସ । ଯଥାଶୀଘ୍ର JPC କମିଟି ଆଧାରରେ ରିପୋର୍ଟ ପ୍ରଦାନ କରିବାକୁ ଦାବି ହୋଇଛି । ଆଗମୀ ଦିନରେ ଯଦି କେନ୍ଦ୍ର ସରକାର କୋୖଣସି ଠୋସ୍ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଏହି ଆନ୍ଦୋଳନର ପୂର୍ଣ୍ଣଚ୍ଛେଦ ପଡିବା ଅସମ୍ଭବ ବୋଲି କହିଛନ୍ତି ନଗର କଂଗ୍ରେସ ସଭାପତି ।
ଇଟିଭି ଭାରତ, କଟକ