Padmapur ByPoll: ବିଜେପିରେ ସାମିଲ ହେଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ - ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
🎬 Watch Now: Feature Video
ବରଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll) ଦିନକୁ ଦିନ ରୋମାଞ୍ଚକ ମୋଡରେ ଗତି କରୁଛି । ସ୍ଥାନୀୟ ଅଞ୍ଚଳର ବହୁ କର୍ମୀଙ୍କୁ ସମସ୍ତ ଦଳ ନିଜ ନିଜ ପାର୍ଟିରେ ସାମିଲ କରିବାକୁ ମିଶ୍ରଣ ପର୍ବର ଆୟୋଜନ କରୁଥିବା ବେଳେ ଆଜି କିନ୍ତୁ ବିଜେପି ଦଳ ବଡ଼ ନେତାଙ୍କୁ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛି । ମୁରାରି ମିଶ୍ରଙ୍କର ସୁକନ୍ୟା ତଥା ବିଜେଡି ଦଳର ନେତ୍ରୀ ରାଜଲକ୍ଷ୍ମୀ ମିଶ୍ର (BJD Leader Rajalakshmi Mishra)ଏବଂ କଂଗ୍ରେସ ଦଳର ପୂର୍ବତନ ବରଗଡ ସାଂସଦ ସଞ୍ଜୟ ଭୋଇ (Bargarh former MLA Sanjay Bhoi) ଆଜି ବିଜେପି ଦଳରେ ସାମିଲ ହୋଇଛନ୍ତି । ଯାହା ଆଗକୁ ପଦ୍ମପୁର ଉପନିର୍ବାଚନରେ ପ୍ରଭାବ ନିଶ୍ଚୟ ପକାଇବ ବୋଲି ଆଶା କରାଯାଉଛି । କଂଗ୍ରେସ ଦଳ ଛାଡି ଆଜି ବିଜେପି ଦଳରେ ମିଶିଲେ ସ୍ଵର୍ଗତ ଡ଼ କୃପାସିନ୍ଧୁ ଭୋଇଙ୍କ ପୁଅ ତଥା ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ । ଆଜି ପଦ୍ମପୁରର ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ସଞ୍ଜୟ ଭୋଇ କଂଗ୍ରେସ ପାର୍ଟିକୁ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ଉପ ନିର୍ବାଚନରେ ଧାମନଗର ପରି ବିଜୟ ହାସଲ କରିବାକୁ ବିଜେପିର ରଣନୀତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ପଦ୍ମପୁର ଅଞ୍ଚଳରେ କୃପାସିନ୍ଧୁ ଭୋଇଙ୍କୁ ଲୋକେ ହୃଦୟରେ ସ୍ଥାନ ଦେଇଥିବା ବେଳେ ତାଙ୍କ ପୁତ୍ର ସଞ୍ଜୟ ଭୋଇଙ୍କୁ ଲୋକେ ସାଂସଦ କରେଇଥିଲେ । ଏହି ଅଞ୍ଚଳରେ ଏବେ ମଧ୍ୟ ଲୋକେ ସଞ୍ଜୟ ଭୋଇଙ୍କ ପରିବାରକୁ ମାନୁଥିବା ବେଳେ ସଞ୍ଜୟ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦାନ କଲା ପରେ ନିଶ୍ଚୟ ଭୋଟରେ କିଛିଟା ପ୍ରଭାବ ପଡିବ ଏବଂ ବିଜେଡି ଦଳର କ୍ଷତି ହେବ ବୋଲି ଆକଳନ କରାଯାଉଛି । ତେବେ ଫଳାଫଳ ପରେ ଜଣାପଡିବ ଯେ ସଞ୍ଜୟଙ୍କର ବିଜେପିରେ ଯୋଗଦାନ ବିଜେପି ଦଳକୁ କେତେ ଲାଭଦେଇଛି । ତେବେ ରାଜ୍ୟ ବିଜେପି ସଭାପରି ସମୀର ମହାନ୍ତି , ବରଗଡ ସାଂସଦ ସୁରେଶ ପୁଝାରି, କେନ୍ଦ୍ର ମନ୍ତ୍ରୀ ବିସ୍ଵେଶର ଟୁଡୁ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ କେଭି ସିଂ ଦେଓଙ୍କ ସମ୍ମୁଖରେ ବିଧିବଦ୍ଧ ଭାବରେ ସଞ୍ଜୟ ଭୋଇ ଏବଂ ରାଜଲକ୍ଷ୍ମୀ ମିଶ୍ର ଯୋଗଦାନ କରିଛନ୍ତି ।
ଇଟିଭି ଭାରତ, ବରଗଡ଼
Last Updated : Feb 3, 2023, 8:34 PM IST