କଟକରେ ନାହିଁ ପାଠାଗାର, ସିଏମସିର ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ - ବିଶ୍ଵନାଥ ପଣ୍ଡିତ ପାଠାଗାର
🎬 Watch Now: Feature Video

Published : Sep 30, 2023, 1:58 PM IST
କଟକ: ବିଶ୍ଵନାଥ ପଣ୍ଡିତ ପାଠାଗାର ଉଚ୍ଛେଦ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଭବିଷ୍ୟତକୁ ନେଇ ଚିନ୍ତାରେ। ପାଠାଗାର ନଥିବାରୁ କେମିତି ପଢିବେ ଓ କେମିତି ସଫଳତା ହାସଲ କରିବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ଏହି ସମସ୍ୟାକୁ ଦୂର କରିବା ପାଇଁ କଟକ ମହାନଗର ନିଗମର ଦ୍ୱାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ । ସିଏମସି କର୍ତ୍ତୃପକ୍ଷଙ୍କୁ ଭେଟିବା ସହ ଖୁବ ଶୀଘ୍ର ଏହି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ ।
ଏହା ମଧ୍ୟ ପଢନ୍ତୁ-ପୁସ୍ତକପ୍ରେମୀ ଇଞ୍ଜିନିୟର: ଘରକୁ କରିଛନ୍ତି ପାଠାଗାର, ସାଇତିଛନ୍ତି 25 ହଜାର ବହି
ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ ବିଶ୍ଵନାଥ ପଣ୍ଡିତ ପାଠାଗାର ଉଚ୍ଛେଦ ହୋଇଥିଲା । ହେଲେ ଏହାରି ଭିତରେ ବର୍ଷ ବର୍ଷ ବିତି ସାରିଲାଣି । କିନ୍ତୁ ନୂତନ ପାଠାଗାର କେବେ ହେବ ତାହା ଅସ୍ପଷ୍ଟ । ଏପରିସ୍ଥଳେ କଟକ ସହର ଅନେକ ଛାତ୍ରଛାତ୍ରୀ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ହାଇକୋର୍ଟର ଲାଇବ୍ରେରୀ ଛାତ୍ରଛାତ୍ରୀ ମାନେ ବ୍ୟବହାର କରୁଥିଲେ ମଧ୍ୟ ସେଠାରେ ପାଠ ପଢିବା ଅନୁକୂଳ ହେଉନାହିଁ । ଶନିବାର ଓ ରବିବାର ବନ୍ଦ ରହୁଛି ପାଠାଗାର । ତେଣୁ ସିଏମସି କର୍ତ୍ତୃପକ୍ଷଙ୍କୁ ଭେଟି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ । ଏହି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଦାୟର କରିବା ସହ କଟକର ସାଂସଦ ଓ ସମସ୍ତ ବିଧାୟକଙ୍କୁ ଆଗାମୀ ଦିନରେ ଅବଗତ କରାଯିବା ନେଇ ମଧ୍ୟ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଛାତ୍ରଛାତ୍ରୀ ।
ଇଟିଭି ଭାରତ, କଟକ