Watch: ପବିତ୍ର ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଚମ୍ପା ନାଗ

By

Published : Jul 25, 2023, 8:33 PM IST

Updated : Jul 25, 2023, 10:56 PM IST

thumbnail

ପୁରୀ: ଓଁକାରେଶ୍ବର ମହାଦେବ ମନ୍ଦିରରେ ଅଦ୍ଭୁତ ଦୃଶ୍ୟ । ପବିତ୍ର ଶ୍ରାବଣ ମାସରେ ଶିବ ଲିଙ୍ଗ ଉପରେ ଚମ୍ପା ନାଗ । ଏହି ଦୃଶ୍ୟ ଭକ୍ତଙ୍କୁ ଆଚମ୍ବିତ କରିଥିବା ବେଳେ ପୂଜକ ଚମ୍ପା ନାଗରେ ଓମ୍ ନମଃ ଶିବାୟ ଉଚ୍ଚାରଣ କରି କଲେ ଜଳଲାଗି । ଏହି ଦୃଶ୍ୟ ଦେଖିବାକୁ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।  ସମସ୍ତେ ହର ହର ମହାଦେବ ଉଚ୍ଚାରଣ କରି ପ୍ରଭୁ ଶିବଙ୍କୁ ସ୍ମରଣ କରିଥିଲେ । ବେଶ କିଛି ସମୟ ଚମ୍ପା ନାଗକୁ ଶିବ ଲିଙ୍ଗ ଉପରେ ଗୁଡେଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ପବିତ୍ର ଶ୍ରାବଣ ମାସରେ ଏହି ଅଲୌକିକ ଦୃଶ୍ୟ ଦେଖି ଭକ୍ତ ନିଜକୁ ଧନ୍ୟ ମଣିଥିଲେ । କିଛି ସମୟ ଚମ୍ପା ନାଗ ଶିବ ଲିଙ୍ଗ ଉପରେ ଗୁଡେଇ ହୋଇ ରହିବା ପରେ ମନ୍ଦିର ନିକଟରେ ଥିବା ଏକ ହୁଙ୍କାକୁ ଚାଲି ଯାଇଥିଲା । ଶିବଲିଙ୍ଗ ଉପରେ ଚମ୍ପା ନାଗ ଗୁଡେଇ ହୋଇ ରହିବା ଦୃଶ୍ୟକୁ ଭକ୍ତ ମାନେ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଯାହାକି ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟକୁ ନେଇ ପୁରୀ ସହରରେ ବେଶ ଚର୍ଚ୍ଚା ଲାଗି ରହିଛି ।  

ଇଟିଭି ଭାରତ, ପୁରୀ

Last Updated : Jul 25, 2023, 10:56 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.