ଆକ୍ସନ ମୋଡରେ CMC, ନର୍ସିଂହୋମ ଉପରେ ଚଢ଼ାଉ କରି ଲକ୍ଷଧିକ ଟଙ୍କା ବକେୟା ଆଦାୟ

🎬 Watch Now: Feature Video

thumbnail

କଟକ: କଟକରେ ବିଭିନ୍ନ ନର୍ସିଂହୋମ ଉପରେ ଚଢ଼ାଉ ଜାରି କରିଛି ସିଏମସି । ବିଗତ କିଛି ଦିନ ଧରି ଟ୍ରେଡ୍ ଲାଇସେନ୍ସ, ୟୁଜର୍ସ ଫି ଏବଂ ଫାୟାର ଏନଓସି ନଥିବା ଅଭିଯୋଗରେ ଚଢାଉ କରିଥିଲା ସିଏମସି । ସିଏମସି ଏନ୍ଫୋର୍ସମେଣ୍ଟର ଟିମ ଆଜି ଦୁଇଟି ନର୍ସିଂହୋମ ଉପରେ ଚଢ଼ାଉ କରି ଲକ୍ଷାଧିକ ବକେୟା ଟଙ୍କା ଆଦାୟ କରିଛି । ୨୦୧୬ରୁ ଟ୍ରେଡ୍ ଲାଇସେନ୍ସ ନଥିବା ସତ୍ତ୍ବେ ମଧ୍ୟ ମହାନଦୀ ବିହାରରେ ସାବରମତି ନର୍ସିଂହୋମ ଚାଲିଥିଲା । ତେବେ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ମୋଟ 9ଲକ୍ଷ ବକେୟା ଟଙ୍କା ପୈଠ କରିଛି ନର୍ସିଂହୋମ । ଏହା ବ୍ୟତୀତ ନୂଆବଜାର ଅଞ୍ଚଳରେ ଥିବା ସାଇ ସଂଜୀବନି ହସ୍ପିଟାଲରେ ମଧ୍ୟ ଅତର୍କିତ ଚଢ଼ାଉ କରିଥିଲା ଟିମ । ବିଭିନ୍ନ କାଗଜପତ୍ରରେ ତ୍ରୁଟି ପରିଲକ୍ଷିତ ହେଲା ପରେ ଉକ୍ତ ହସ୍ପିଟାଲରୁ 2 ଲକ୍ଷ ଟଙ୍କା ଆଦାୟ କରିଛି ସିଏମସି । ଦରକାରୀ କାଗଜପତ୍ର ସହ ୟୁଜର ଫି ଓ ଫାୟାର ଏନଓସି ଦିଗକୁ ତଦାରଖ କରିଛି ସିଏମସିର ଏନ୍ଫୋର୍ସମେଣ୍ଟ ଟିମ । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.