ଦଶହରା ପୂର୍ବରୁ ଷ୍ଟ୍ରିଟ ଫୁଡ଼ ଉପରେ ସିଏମସିର ଚଢାଉ
🎬 Watch Now: Feature Video
କଟକ: ଦଶହରା ପୂର୍ବରୁ ଆକ୍ସନ ମୋଡରେ ସିଏମସି । ସହରର ବିଭିନ୍ନ ଷ୍ଟ୍ରିଟ ଫୁଡ଼ ଦୋକାନ ଉପରେ ଚଢାଉ କରି ଖାଦ୍ୟର ମାନ ଯାଞ୍ଚ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ । ଏହାସହ ଫୁଡ଼ ଲାଇସେନ୍ସର ମଧ୍ୟ ଯାଞ୍ଚ କରିଛି ସିଏମସି । ପାର୍ବଣ ଋତୁ ଆସୁଥିବାରୁ ଷ୍ଟ୍ରିଟ ଫୁଡ଼ ଚାହିଦା ଦିନକୁ ଦିନ ବଢିବରେ ଲାଗିଛି । ଫଳରେ ଦୋକାନୀମାନେ ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବାର ନଜରକୁ ଆସିଥିଲା । ତେଣୁ ଶୁକ୍ରବାର ସିଏମସି ପକ୍ଷରୁ ବିଭିନ୍ନ ଷ୍ଟ୍ରିଟ ଫୁଡ଼ ଦୋକାନ ଉପରେ ଚଢାଉ କରାଯାଇଛି ।
କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା 50ରୁ ଊର୍ଦ୍ଧ୍ୱ ଷ୍ଟ୍ରିଟ ଫୁଡ଼ ଷ୍ଟଲ ଉପରେ ଚଢ଼ାଉ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ ଟିମ । ଷ୍ଟାଡିୟମ ଅଞ୍ଚଳରେ ଥିବା ବିଭିନ୍ନ ଉଠା ଦୋକାନୀଙ୍କ ଠାରୁ ଖାଦ୍ୟର ନମୁନା ସଂଗ୍ରହ କରି ଖାଦ୍ୟର ମାନ ଯାଞ୍ଚ କରିଛି ଟିମ୍ । ଯେଉଁ ଉଠା ଦୋକାନୀଙ୍କ ଖାଦ୍ୟ ନିମ୍ନମାନର ବାହାରିବ, ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ମହାନଗର ନିଗମ ଫୁଡ୍ ସ୍କ୍ୱାର୍ଡ ଅଧିକାରୀ ସତ୍ୟବ୍ରତ ମହାପାତ୍ର ।
ଏହା ମଧ୍ୟ ପଢନ୍ତୁ...ନଭେମ୍ବର ୨୭ରୁ କଟକ ବାଲିଯାତ୍ରା: ସ୍ୱାସ୍ଥ୍ୟ, ପରିମଳ ଓ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ
ପାର୍ବଣ ଆସିଲେ ଫାଷ୍ଟ ଫୁଡ଼ର ଚାହିଦା ଦୁଇ ଗୁଣା ହୋଇଯାଏ । ଏହି ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ କଟକରେ । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଚଢ଼ାଉ କରାଯାଇଛି । ଆଗମୀ ଦିନରେ ଲାଇସେନ୍ସ ପଞ୍ଜୀକରଣ କରିବା ସହ ଏପରି ନିମ୍ନମାନର ଖାଦ୍ୟ ବିକ୍ରି ନକରିବାକୁ ବ୍ୟବସାୟୀଙ୍କୁ ତାଗିଦ କରିଛି ଖାଦ୍ୟ ସୁରକ୍ଷା ଟିମ । ଏହାସହ ଦୋକାନୀମାନଙ୍କୁ ସଚେତନତା ତାଲିମ ମଧ୍ୟ ଦେବାକୁ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।
ଇଟିଭି ଭାରତ,କଟକ