CMCର ଅପରାଗତା ! ଘର ଉପରେ ପଡ଼ିଲା ଗଛ, ଅଳ୍ପକେ ବଞ୍ଚିଲା 6 ଜୀବନ

By

Published : Jul 8, 2023, 5:59 PM IST

thumbnail

କଟକ: ଘର ଉପରେ ପଡ଼ିଲା ନଡ଼ିଆ ଗଛ । ଏକ ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ପରିବାରର 6 ସଦସ୍ୟ। କଟକ ଝୋଲା ସାହି ଠାରେ ଘଟିଛି ଏହି ଅଘଟଣ। ସିଏମସି ଅଧୀନରେ ଥିବା ସାରଙ୍ଗଧର ପାର୍କର ଏକ ନଡ଼ିଆ ଗଛ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତ୍ରରେ ଶେଖ ଗୋରାଙ୍କ ଘର ନିକଟରେ ପଡ଼ିଥିଲା। ନଡ଼ିଆ ଗଛ ପଡ଼ିବା କାରଣରୁ ଗୋରାଙ୍କ ତାଜା ଭାଙ୍ଗିଯିବା ସହ ଅନ୍ୟ ଘର ସବୁ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ଟିଣ ଘରେ ପରିବାରର 6 ଜଣ ସଦସ୍ୟ ରାତିରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା । 

ଘଟଣାରେ କିଛି ମାତ୍ରାରେ ଆହତ ହୋଇଛନ୍ତି ପରିବାର ସଦସ୍ୟ। ତେବେ ଭାଙ୍ଗିଯାଇଥିବା ବିଶାଳ ନଡ଼ିଆ ଗଛ କାଟିବା ପାଇଁ କଟକ ମହାନଗର ନିଗମରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଘର ମାଲିକ। ସେହିଭଳି ଏହି ଘଟଣା ସଂପୂର୍ଣ୍ଣ ମହାନଗରର ବିଫଳତା ଯୋଗୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ପୋରେଟର ଗଗନ ଓଝା। କର୍ପୋରେଟର ଗଗନ ଓଝା କହିଛନ୍ତି, ‘‘ତୁରନ୍ତ ଗଛ କଟାଯିବା ସହ ପରିବାରକୁ କ୍ଷତି ପୂରଣ ଦିଆଯାଉ । ଯଦି ସିଏମସି କୌଣସି ଠୋସ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରେ ତେବେ ମେୟରଙ୍କୁ ଏହି ଘଟଣାର ଉଚିତ ଜବାବ ଦିଆଯିବ ।’’ 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.