thumbnail

ରାଉରକେଲା ଇସ୍ପାତ କାରଖାନା ପାଳିଲା ସ୍ୱଚ୍ଛ ଭାରତ ଅଭିଯାନ

By ETV Bharat Odisha Team

Published : Oct 1, 2023, 5:59 PM IST

ରାଉରକେଲା: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ସାରା ଦେଶ ପାଳିତ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ରାଉରକେଲାରେ ଇସ୍ପାତ କାରଖାନା ପକ୍ଷରୁ ମଧ୍ୟ ପାଳନ କରାଯାଇଛି ସ୍ୱଚ୍ଛ ଭାରତ ଅଭିଯାନ  । ଏହି ସ୍ୱଚ୍ଛ ଭାରତ ଅଭିଯାନରେ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ କେନ୍ଦ୍ର ସରକାର ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛି ରାଉରକେଲା ଇସ୍ପାତ କାରଖାନା । ରାଉରକେଲା ଇସ୍ପାତ କାରଖାନା ସହରର ବିଭିନ୍ନ ସଂଗଠନକୁ ଏକାଠି କରି ଏହି ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜନ କରିଥିଲା । ଲୋକେ ହାତରେ ଝାଡୁ ଧରି ରାସ୍ତାକୁ ଓହ୍ଲାଇ, ରାସ୍ତାଘାଟ, ବଜାର ଏବଂ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ସଫା କରିଥିଲେ । ଏହାସହ ରାଉରକେଲା ଇସ୍ପାତ କାରାଖାନର ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ଏହି ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି । ତେବେ ବିପୁଳ ପରିମାଣରେ ଲୋକେ ଯୋଗ ଦେଇ ରାସ୍ତା ଘାଟ ଠାରୁ ଆରମ୍ଭ କରି ମାର୍କେଟ ଏବଂ ଅନ୍ୟାନ୍ୟ ଜନ ଗହଳି ସ୍ଥାନକୁ ସଫା କରିଥିଲେ । 

ଏହା ମଧ୍ୟ ପଢନ୍ତୁ....ବିଜେପି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ

ସ୍ୱଚ୍ଛ ଭାରତ ଅଭିଯାନ ଭାରତକୁ ଏକ ସ୍ୱଚ୍ଛ ଏବଂ ଅଧିକ ସ୍ୱଚ୍ଛ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ । ଏହାର ସଫଳତା ସ୍ଥାନୀୟ ଲୋକମାନଙ୍କ ଅଂଶଗ୍ରହଣ ଉପରେ ନିର୍ଭର କରିଥାଏ  । ରାଉରକେଲାର ବିଭିନ୍ନ ଅଞ୍ଚଳର ବାସିନ୍ଦାମାନେ ଏକତ୍ରିତ ହୋଇ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ନିଜର ପ୍ରୟାସରେ ଯୋଗଦାନ ଦେଉଥିବାରୁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏହି ଅଭିଯାନରେ ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.