Watch: ଭାଲୁ ପରେ ଦନ୍ତା ଆତଙ୍କ, ନୂଆପଡାରେ ବୁଲୁଛି ଛତିଶଗଡ ହାତୀ

By

Published : Jul 27, 2023, 8:36 AM IST

thumbnail

ନୂଆପଡା: ଜିଲ୍ଲାରେ ଭାଲୁ ଆତଙ୍କ ପରେ ଦେଖା ଦେଇଛି ହାତୀ ଆତଙ୍କ । ଛତିଶଗଡ଼ରୁ ଏକ ହାତୀ ନୂଆପଡା ଜିଲ୍ଲାରେ ପ୍ରବେଶ କରି ଉପଦ୍ରବ ଘଟାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଫସଲ କରୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଥମେ ସିନାପାଲି ରେଞ୍ଜ ଅଧିନସ୍ଥ ଗମ୍ଭାରୀଗୁଡା ଚେରିପାଣି ଜଙ୍ଗଲରେ ହାତୀ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା । ସେଠାରେ ଆତଙ୍କ ରଚିବା ପରେ ଏବେ ହାତୀଟି ଖଡ଼ିଆଳ ରେଞ୍ଜ ଅଧିନସ୍ଥ ଖାସବାହାଲ ବହଲପଦର ଗାଁ ଜଙ୍ଗଲରେ ହାତୀ ରହିଛି । ସେଠାରେ ଏକ କଦଳୀ ବଗିଚାକୁ ହାତୀ ନଷ୍ଟ କରି ଥିବାବେଳେ ଆଖପାଖ ଚାଷ ଜମିକୁ ପଶି ରୁଆ ହୋଇଥିବା ଧାନ ଚାଷକୁ ନଷ୍ଟ କରୁଛି । ଅନ୍ୟପଟେ ହାତୀ ସୁରକ୍ଷା ଓ ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଜାରି ରହିଥିବା କହିଛନ୍ତି ଖଡ଼ିଆଳ ଡିଏଫଓ । ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ଼ ହାତୀ ବୁଲାବୁଲି କରୁଥିବା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-Watch: ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ, ଦଳି ଚକଟି ନଷ୍ଟ କରୁଛି ଚାଷଜମି

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.