ଶପଥ ପୂର୍ବରୁ ପୂଜାପାଠ: ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ନେଲେ ଭଗବାନଙ୍କ ଆଶୀର୍ବାଦ

🎬 Watch Now: Feature Video

thumbnail

ରାୟପୁର(ଛତିଶଗଡ଼): ଯେ କୌଣସି ଶୁଭ କାମ ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଆଯାଏ । ଆଜି ଛତିଶଗଡ଼ରେ ଗଠନ ହେଉଛି ନୂଆ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ । ନୂଆ ସରକାର ଗଠନ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ତାଙ୍କ ପତ୍ନୀ କୌଶଲ୍ୟା ଦେବୀ । ବିଷ୍ଣୁଦେବ ଏବଂ ପତ୍ନୀ କୌଶଲ୍ୟା ଶପଥ ସମାରୋହ ପୂର୍ବରୁ ଭଗବାନଙ୍କ ନିକଟରେ ପୂଜାପାଠ କରିବା ସହ ଆଶୀର୍ବାଦ ନେଇଛନ୍ତି । ପୂଜାର୍ଚ୍ଚନା ପରେ ରାୟପୁର ବାସଭବନରେ ଶୁଭେଚ୍ଛୁଙ୍କୁ ଭେଟି ଆଲୋଚନା କରିଛନ୍ତି । ସ୍ବାମୀ ବିଷ୍ଣୁଦେବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ, ପତ୍ନୀ କୌଶଲ୍ୟା କହିଛନ୍ତି ଯେ, ଆମେ ବହୁତ ଉତ୍ସାହିତ । ଏତେ ଖୁସି ଯେ, ଭାବନାକୁ ପ୍ରକାଶ କରିବାକୁ ଶବ୍ଦ ନାହିଁ ।  ଆପଣମାନଙ୍କ ସ୍ନେହ, ଆଦର, ଭଲ ପାଇବା ଏବଂ ଆଶୀର୍ବାଦ ଯୋଗୁଁ  ଆମେ ଆଜି ଏଠାରେ ପହଞ୍ଚିପାରିଛୁ। ମୁଖ୍ୟମନ୍ତ୍ରୀ ହେବା ତାଙ୍କ ସ୍ବାମୀଙ୍କର ଉଭୟ ଭାଗ୍ୟ ଏବଂ ଭଲ କାମର ଫଳ । ଆଜି ଅପରାହ୍ନଣରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଷ୍ଣୁଦେବ ସାଏ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ଅଧ୍ୟକ୍ଷ  ଜେପି ନଡ୍ଡାଙ୍କ ସମେତ ବିଜେପିର ଛାମୁଆ ନେତାମାନେ ଯୋଗ ଦେବେ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2023, 3:05 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.