Chandrayan-3: ‘ହେବନି ପୂର୍ବଥର ପରି ସମସ୍ୟା, ଇତିହାସ ରଚିବ ଭାରତ’

By

Published : Jul 13, 2023, 9:54 PM IST

thumbnail

ହାଇଦ୍ରାବାଦ: ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ-3’ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ 2.30 ରେ ଏହାକୁ ଆନ୍ଧ୍ର ପ୍ରଦେଶ ଉପକୂଳରେ ଥିବା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯିବ । ଏହି ଚନ୍ଦ୍ର ଅଭିଯାନ ପୂର୍ବ ଥର ପରି ସମସ୍ୟାର ସାମ୍ନା କରିବ ନାହିଁ । ଚନ୍ଦ୍ରର କକ୍ଷପଥରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପ୍ରକ୍ରିୟା ସମଗ୍ର ମିଶନରେ ସର୍ବାଧିକ ଆହ୍ବାନପୂର୍ଣ୍ଣ ରହିବା ନେଇ ସୂଚନା ଦେଇଛନ୍ତି ବରିଷ୍ଠ ମହାକାଶ ବିଜ୍ଞାନୀ ତଥା ଇସ୍ରାର ପୂର୍ବତନ ଅଧ୍ୟକ୍ଷ ଜି.ମାଧବନ୍ ନାୟାର । ସେହିପରି ଏହି ମିଶନ କେବଳ ସଫଳ ହେବ ନାହିଁ ବରଂ ମହାକାଶ ଗବେଷଣା କ୍ଷେତ୍ରରେ ଗେମ ଚେଞ୍ଜର ସାବ୍ୟସ୍ତ ହେବା ନେଇ ଆକଳନ କରିଛନ୍ତି ବରିଷ୍ଠ ମହାକାଶ ବିଜ୍ଞାନୀ ତଥା ଇସ୍ରୋର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ନମ୍ବି ନାରାୟଣନ ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ଓଡିଶାବାସୀଙ୍କ ପାଇଁ ଖୁସି ଆଉ ଗର୍ବର ବିଷୟ, ଚନ୍ଦ୍ରଯାନ-୩ ମିଶନରେ ରାଜ୍ୟର ବଡ ଅବଦାନ; କମ ଟଙ୍କାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ

ନାରାୟଣନ କହିଛନ୍ତି, ଭାରତର ଏହି ମିଶନ ସମଗ୍ର ବିଶ୍ବ ପାଇଁ ମହାକାଶ ଗବେଷଣା କ୍ଷେତ୍ରରେ ଏକ ପ୍ରେରଣା ହେବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଏହି ସଫଳତାରେ କେବଳ ଆମେରିକା, ଋଷ ଓ ଚୀନ ପହଞ୍ଚି ପାରିଛନ୍ତି । ଏହି ଧାରାରେ ଭାରତ 4ର୍ଥ ରାଷ୍ଟ୍ର ଭାବେ ସାମିଲ ହେବାକୁ ଯାଉଛି । ଏହି ଚନ୍ଦ୍ର ଅଭିଯାନକୁ ନେଇ ସାରା ଦେଶରେ ଅଦ୍ଭୁତପୂର୍ବ ଉତ୍କଣ୍ଠା ଲାଗି ରହିଥିବା ବେଳେ ଉତକ୍ଷେପଣର ପୂର୍ବ ସଂଧ୍ୟାରେ କଣ ଆକଳନ କରିଛନ୍ତି ବରିଷ୍ଠ ମହାକାଶ ବିଜ୍ଞାନୀ ଶୁଣନ୍ତୁ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.