thumbnail

ମରିଗଲା ମାନବିକତା, ବରିଷ୍ଠ କିରାଣୀଙ୍କୁ ମାଡ଼ ମାରିଲେ CDPO

By

Published : Jul 1, 2023, 9:03 PM IST

ନବରଙ୍ଗପୁର: ମରିଗଲା ମାନବିକତା । ସରକାରୀ ଚାକିରୀର ଅହଂକାରରେ ଫୁଟିଯାଇଛି ମହିଳା CDPOଙ୍କ ଆଖି । ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ବସିଥିବା ଚୌକିରୁ ଠେଲି ଦେଲେ CDPO । ଫଳରେ ମହିଳା କିରାଣୀଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଆଘାତ ଲାଗିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ (ICDS)ରେ । ତେବେ ବାକି ଥିବା ଦରମା ନେଇ ଅଭିଯୋଗ କରିବାରୁ କିରାଣୀ ଜଣଙ୍କୁ CDPO ଏଭଳି ବ୍ୟବହାର କରିଛନ୍ତି । ମାଡ଼ ମାରିଥିବା CDPOଙ୍କ ନାଁ ଗୀତ।ର।ଣି ମହାରଣା । ସେପଟେ ମାଡ଼ ଖାଇଥିବା କିରାଣୀଙ୍କ ନାଁ ସନ୍ତୋଷୀନି ମିଶ୍ର ବୋଲି ଜଣା ପଡ଼ିଛି । ଏନେଇ  CDPOଙ୍କୁ ବଦଳି କରାଯାଉ ବୋଲି ଦାବି କରିଛନ୍ତି ପୀଡ଼ିତା କିରାଣୀ ସନ୍ତୋଷୀନି ମିଶ୍ର । ସେପଟେ ଦରମା ବିଲ କରିବାକୁ ନେଇ କିରାଣୀ ପାଟିତୁଣ୍ଡ କରୁଥିବାରୁ ତାଙ୍କୁ ଚୁପ୍ କରିବାକୁ ଯାଇ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା CDPO ପ୍ରକାଶ କରିଛନ୍ତି । ସେ ମାଡ଼ ମାରି ନାହାନ୍ତି, ବରଂ ମିଟିଂ ଚାଲିଥିବା ବେଳେ ଅଯଥା ପାଟିତୁଣ୍ଡ କରୁଥିଲେ ବୋଲି ଅଫିସରୁ ବହାରି ଯିବାକୁ କହି ଚେୟାର ଟାଣି ଦେଇଥିଲେ ବୋଲି CDPO କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.